କଲାମଙ୍କ ୮୮ତମ ପୂଣ୍ୟ ଜୟନ୍ତୀ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ତରଫରୁ ମହମାô ଗାନ୍ଧୀ ମାର୍ଗରେ ଦେଶର ପୂର୍ବତନ ରାଷ୍ଟ୍ରପତି, ମିସାଇଲ୍ ମ୍ୟାନ, ଭାରତରତ୍ନ ଡ଼କ୍ଟର ଏ.ପି.ଜେ ଅବ୍ଦୁଲ କଲାଙ୍କ ୮୮ତମ ପୂଣ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ୧୯୩୧ ମସିହାରେ ଆଜିର ଦିନରେ ତାମିଲନାଡ଼ୁର ରାମେଶ୍ୱରରେ ସେ ଜନ୍ମ ଗ୍ରହଣ କରିଥିଲେ । ଏକ ଗରିବ ପରିବାରେ ଜନ୍ମ ହୋଇଥିଲେ ମଧ୍ୟ ନିଜ ଇଚ୍ଛାଶକ୍ତି ଓ ଉଦ୍ୟମ ଯୋଗୁ ସେ ଜଣେ ବୈଜ୍ଞାନିକ ହୋଇପାରିଥିଲେ । ସେ ଥିଲେ ଦେଶର ଅନ୍ୟତମ ଲୋକପ୍ରିୟ ରାଷ୍ଟ୍ରପତି । ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ ହୋଇଛନ୍ତି ଅବଦୁଲ କଲାମ । ତାଙ୍କ ନେତୃତ୍ୱ ଓ ଦିଗ୍୍ଦର୍ଶନରେ ଇସ୍ରୋ ଓ ଡ଼ିଆରଡ଼ିଓ ସଫଳତାର ଶିଖର ଛୁଇଁଛି । ଦେଶକୁ ଆଣବିକ ଶକ୍ତି ସମ୍ପନ୍ନ କରିବାରେ ମଧ୍ୟ କଲାମଙ୍କର ପ୍ରମୁଖ ଭୂମିକା ଥିଲା । ୨୦୦୨ରୁ ୨୦୦୬ ପର୍ଯ୍ୟନ୍ତ କଲାମ ଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ଉକ୍ତି କାର୍ଯ୍ୟକ୍ରମରେ ଜନମଙ୍ଗଳ ପରିଷଦର ସଭାପତି ଅଲେଖ ଚନ୍ଦ୍ର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ କଲାମଙ୍କ ସ୍ମୃତିଚାରଣ କରି ଯୁବ ସମାଜକୁ ତାଙ୍କର ପଥ ଅନୁସରଣ କରିବାକୁ ଉପଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ କୁମାର ମହାନ୍ତି, ଲକ୍ଷ୍ମଣ ଦାଶ, ସ୍ୱାଗତ ବିଶ୍ୱାଳ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ସାହୁ, ବୁଦ୍ଧିମାନ ନାୟକ, ଜିତେନ୍ଦ୍ର ଜେନା, ସଞ୍ଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତଥିଲେ ।


