କଲିକତାରେ ସଡକ ଦୁର୍ଘଟଣା, ଓଡିଆ କର୍ମଚାରୀ ମୃତ୍ୟୁ

ହାଟଡିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକ ଇଶଳା ଗ୍ରାମର ଶତୃଘ୍ନ ରାଉତଙ୍କ ପୁଅ ଭବାନୀ ଶଙ୍କର ରାଉତଙ୍କ କଲିକତା ଠାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଭବାନୀ ଶଙ୍କର (୪୦) କଲିକତାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଗତକାଲି ରାତିରେ ସେ ହୋଟେଲରୁ ଖାଇ ନିଜ ରୁମକୁ ଫେରୁଥିବାବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କ ଦେଇ ପଳାଇଥିଲା । ଫଳରେ ସେ ଗୁରୁତର ଆହତ ହୋଇପଡିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରି ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ପରିବାର ଲୋକମାନେ କଲିକତା ଯାଇଛନ୍ତି । ଭବାନୀ ଗତ ଦୁଇବର୍ଷ ତଳେ ବିବାହ କରିଥିବାବେଳେ ତାଙ୍କର ଏକ ଶିଶୁ କନ୍ୟା ଅଛି । ଭବାନୀଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ