କଲେଜକୁ ଯାଇ ଫେରିଲାନି ଓରାଳି ଗ୍ରାମର ଛାତ୍ରୀ, ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଛେନାପଦି ଛକରେ ଥିବା ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳକୁ ଯାଇ ଜଣେ ଛାତ୍ରୀ ଘରକୁ ଫେରିନଥିବା ନେଇ ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ପରିବାର ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁଯାଇ ଗତ ୨୫ତାରିଖ ଦିନ ଓରାଳି ଗ୍ରାମର ଜଣେ ଯୁକ୍ତ୩ ଛାତ୍ରୀ ଛେନାପଦି ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟକୁ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲା । ଛାତ୍ରୀ ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାପରେ କୌଣସି ସନ୍ଧାନ ପାଇ ନଥିଲେ । ଫଳରେ ପରିବାର ଲୋକେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ବନ୍ତ ଅଞ୍ଚଳର ଜଣେ ଯୁବକ ଛାତ୍ରୀକୁ ଅପହରଣ କରିନେଇଥିବା ଜାଣିବାପରେ ପରିବାର ଲୋକେ ଏନେଇ ପୁଲିସକୁ ଜଣାଇଥିଲେ । କିନ୍ତୁ ପୁଲିସ ଆଜି ପର୍ଯ୍ୟନ୍ତ ଉକ୍ତ ଛାତ୍ରୀକୁ ଉଦ୍ଧାର କରିବାରେ କୌଣସି ପଦକ୍ଷେପ ନନେଇ ଚୁପ ହୋଇ ବସିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳଙ୍କୁ ପଚାରିବାରେ ଛାତ୍ରୀ ଜଣକୁ ଉଦ୍ଧାର କରିବା ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ