କଲେଜରେ ଦୁଇ ଛାତ୍ରଙ୍କ ମଧ୍ୟରେ ମାଡପିଟକୁ ନେଇ ଉତ୍ତେଜନା
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ହାଟଡିହି କଲେଜରେ ଦୁଇ ଛାତ୍ରଙ୍କ ମଧ୍ୟରେ ପିଟାପିଟି ଘଟଣାକୁ କେନ୍ଦ୍ର କରି ଆଜି କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନା ଅନୁଯାୟୀ କୈାଣସି ଘଟଣାକୁ କେନ୍ଦ୍ରକରି ଘଟଣାକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ପାଟି ତୁଣ୍ଡ ହେବା ସହ ହାତାହାତି ହୋଇଥିଲା । ଏହା ପରେ ଜଣେ ଛାତ୍ର ତାର ଭାଇଙ୍କୁ ଟେଲିଫୋନ କରି ଜଣାଇବାରୁ ତାର ଭାଇ କଲେଜରେ ପହଞ୍ଚି ଅପରପକ୍ଷର ଛାତ୍ରଙ୍କୁ ପିଟିଥିଲେ । ମାଡ ଖାଇଥିବା ଛାତ୍ରଙ୍କ ସମ୍ପର୍କୀୟମାନେ କଲେଜରେ ପହଞ୍ଚି ଏହାର ବିରୋଧ କରିବା ସହିତ ପାଟିତୁଣ୍ଡ କରିବାରୁ କଲେଜ ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ନନ୍ଦିପଦା ଥାନା ଏସ.ଆଇ ଅରୁପ କୁମାର ସାମଲ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁଇ ଛାତ୍ରଙ୍କ ଅଭିଭାବକଙ୍କୁ ଡକାଇ କଲେଜର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ଅଧ୍ୟାପକ ଚିତ୍ତରଞ୍ଜନ ରାଉତ ଙ୍କ ଉପସ୍ଥିତିରେ ଛାତ୍ର ଏବଂ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଦୀର୍ଘସମୟ ଧରି ଆଲୋଚନା କରାଯିବାପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଭବିଷ୍ୟତରେ ଯେପରି ଆଉ ଏପରି ଘଟଣା ନଘଟେ ସେଥିନେଇ ଉଭୟ ଛାତ୍ର ଓ ସେମାନଙ୍କ ଅଭିଭାବକ ମାନେ କଲେଜ କର୍ତ୍ତୁପକ୍ଷଙ୍କୁ ଲିଖିତ ଭାବେ ଦେଇଥିବା ଜଣାଯାଇଛି ।