କଲେଜରେ ନିଯୁକ୍ତି ଜାଲିଆତି ସମ୍ପର୍କରେ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏ.ଡି.ଏମ.ଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ) ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ନିଯୁକ୍ତିରେ ହୋଇଥିବା ଜାଲିଆତି ସମ୍ପର୍କରେ ତଦନ୍ତ ଦାବିକରି କଲେଜର ପୂର୍ବତନ କନିଷ୍ଠ କିରାଣୀ ସଞ୍ଜୟ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ବସନ୍ତ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପୂର୍ବତନ କଲେଜ ଅଧ୍ୟକ୍ଷ ବିପିନ ବିହାରୀ ରାଉତ ଗତ ୨୦୧୨ମସିହା ଜୁନ ମାସ ୨୦ତାରିଖରେ ଅଧ୍ୟକ୍ଷ ଭାବେ ଯୋଗଦେବା ପରେ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ନିମନ୍ତେ ୨୦୧୨ମସିହା ଜୁନମାସ ୨୯ତାରିଖରେ ପତ୍ର ସଂଖ୍ୟା ୨୦୫ ଅନୁଯାଇ ନିଯୁକ୍ତି ବିଜ୍ଞାପନ ବାହାରକରିଥିଲେ । ସେହି ଅନୁଯାଇ ଗତ ୨୦୧୨ମସିହା ଜୁଲାଇମାସ ୫ତାରିଖରେ ସାକ୍ଷାତକାର ଡକାଇ ସେଥିରେ ଏକ୍ସପୋର୍ଟ ଭାବେ କେନ୍ଦ୍ରାପଡା କଲେଜର ତଦନାନ୍ତୀନ ସମାଜ ବିଜ୍ଞାନ ବିଭାଗର ଅଧ୍ୟାପକ ଡି.କେ.ଭୂୟାଁଙ୍କୁ ଡକାଯାଇଥିବା ଦର୍ଶାଇ ୬ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାରକୁ ଡକାଯାଇଥିଲା । ସେହି ଅନୁଯାଇ ସାକ୍ଷାତକାରରେ ଯୋଗଦେଇଥିବା ୬ଜଣଙ୍କ ମଧ୍ୟରୁ ଅଧ୍ୟକ୍ଷ ତିନିଜଣଙ୍କୁ ପ୍ରଥମ ଓ ଜଣଙ୍କୁ ୨ୟ ଭାବରେ ଚାରିଜଣଙ୍କୁ ଚାକିରୀ ପ୍ରଦାନ ନିମନ୍ତେ ସିଲେକ୍ସନ କରିଥିଲେ । ପ୍ରଥମ ନିଯୁକ୍ତି ପତ୍ର ନମ୍ବର ୨୨୪ ତା ୭.୭.୨୦୧୨ରିଖରେ କନିଷ୍ଠ କିରାଣୀ ପଦରେ ସଞ୍ଜୟ ପଣ୍ଡାଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିବା ବେଳେ ସେ +୩ କଲେଜର ପ୍ରଥମ ପଦରେ ଗତ ତା ୧୬.୦୭.୨୦୧୨ରିଖରେ ଯୋଗଦାନ କରିଥିଲେ । ଦ୍ୱିତିୟ ପତ୍ର ସଂଖ୍ୟା ୨୩୪ ତା ୧୭.୦୭.୨୦୧୨ରିଖରେ ମନୋଜ ଦାସଙ୍କୁ ଓ ପତ୍ର ସଂଖ୍ୟା ୨୩୫ରେ ସୁଧାଂଶୁ ରଞ୍ଜନ ସାମଲଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ସେମାନେ ଯଥାକ୍ରମେ ସେହିମାସ ୧୭ ଓ ୨୦ତାରିଖରେ ଯୋଗଦାନ କରିଥିଲେ । ଚତୁର୍ଥ ପତ୍ର ସଂଖ୍ୟା ୨୩୯ ତା ୧୯.୦୭.୨୦୧୨ରିଖରେ ମନୋଜ ରାଉତଙ୍କୁ ନିଯୁକ୍ତି ପ୍ରଦାନ ପ୍ରଦାନ କରାଯାଇଥିଲା । କିନ୍ତୁ ଏବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ମନୋଜ ରାଉତ ଗତ ତା ୧୭.୦୭.୨୦୧୨ରିଖରେ କଲେଜରେ କନିଷ୍ଠ କିରାଣୀ ପଦରେ ଯୋଗଦାନ କରିଛନ୍ତି । ତେଣୁ ଏହି ନିଯୁକ୍ତିରେ ସଂପୂର୍ଣ୍ଣ ଜାଲିଆତି କରାଯାଇଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ସେହିପରି ପତ୍ରସଂଖ୍ୟା ୨୧୨ ତା ୨.୦୭.୨୦୧୨ରିଖରେ କିରାଣୀ, ପିଅନ, ଡେମୋନ ଷ୍ଟ୍ରେଟର, ଆଟେଣ୍ଡାଟ, ଲାଇବ୍ରେରୀଆନ ଓ ୱାଚମ୍ୟାନ ପଦ ନିମନ୍ତେ ବିଜ୍ଞାପନ ବାହାରିଛି ବୋଲି ଦର୍ଶାଯାଇ ଗତ ତା ୧୩.୦୭.୨୦୧୨ରିଖରେ ସାକ୍ଷାତକାର ହୋଇଥିବା ଦର୍ଶାଇ ମଧୁସ୍ମିତା ବସନ୍ତରାୟଙ୍କୁ ଗତ ତା୧୪.୦୭.୨୦୧୨ରିଖରେ କନିଷ୍ଠ କିରାଣୀ ଓ କମ୍ପ୍ୟୁଟର ସହକାରୀ ପଦରେ ନିଯୁକ୍ତି ମିଳିଥିବା ଓ ସେ +୩ କଲେଜର ପ୍ରଥମ ପଦରେ ନିଯୁକ୍ତି ପାଇଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି । ତେଣୁ ଏଥିରୁ ଉପଲବ୍ଧ ହେଉଛି ଯେ ଗୋଟିଏ ମାସରେ ୨ଥର ସାକ୍ଷାତକାର କେଉଁ ଉଦେଶ୍ୟରେ କରାଯାଇଛି ଓ ୨ଜଣଙ୍କୁ +୩ କଲେଜର ପ୍ରଥମ ପଦରେ ନିଯୁକ୍ତି ପ୍ରଦାନ କରାଯାଇଛି ତାହା ତଦନ୍ତ ସାପେକ୍ଷ । ଏଣୁ ଏସମସ୍ତ ଘଟଣାର ବିଧିବଧ ତଦନ୍ତ କରାଯିବାକୁ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ