କଲେଜରେ ପୁଣିଥରେ ଆରମ୍ଭ ହେବ ବାୟୋମେଟ୍ରିକ ଆଟେଣ୍ଡାନ୍ସ

ଭୁବନେଶ୍ୱର(ୱାଇଏନ୍‍ଏସ୍‍): ରାଜ୍ୟରେ ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ବନ୍ଦ ଥିବା ବାୟୋମେଟ୍ରିକ ଆଟେଣ୍ଡାନ୍ସ(ଉପସ୍ଥାନ) ବ୍ୟବସ୍ଥାକୁ ପୁଣିଥରେ ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜର ଅଧ୍ୟାପକ ଓ ସମସ୍ତ କର୍ମଚାରୀଙ୍କ ନିମନ୍ତେ ଲାଗୁ କରାଯାଇଛି। ଆସନ୍ତା ଅକ୍ଟୋବର ୧ରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ-ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀମାନେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ଦେବେ। ବିଭାଗ ପକ୍ଷରୁ ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଆଜି ଅବଗତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ