କଲେଜ ଅଧ୍ୟକ୍ଷ କରୋନା ପଜିଟିଭ୍‌ ଚିହ୍ନଟ

ଵ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାର ଏକ କଲେଜରେ ଜଣେ ଅଧ୍ୟକ୍ଷ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଅଧ୍ୟକ୍ଷ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଖାତା ଦେଖା ବନ୍ଦ ହୋଇଯାଇଛି। ବ୍ରହ୍ମପୁର ସ୍ଥିତ ଯୁକ୍ତ ୨ ଖାତା ଦେଖା କେନ୍ଦ୍ରରେ କରୋନା ପଶିଛି। ଏହି କେନ୍ଦ୍ରରେ ଖାତା ଦେଖୁଥିବା ଗଞ୍ଜାମ ଜିଲ୍ଲାର ଏକ କଲେଜର ଜଣେ ଅଧ୍ୟକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି। ଘଟଣା ଜଣାପଡ଼ିବା ପରେ କେନ୍ଦ୍ରରେ ଖାତା ଦେଖା ବନ୍ଦ ହୋଇଯାଇଛି। ବ୍ରହ୍ମପୁରର ଶଶୀଭୂଷଣ ରଥ ମହିଳା ସ୍ୱୟଂଶାସିତ କଲେଜରେ ଯୁକ୍ତ ୨ କଳା ବିଭାଗ ବିଭିନ୍ନ ବିଷୟର ଖାତା ଦେଖା ହେଉଛି। ଏଥିରେ ଖାତା ଦେଖିବା ପାଇଁ ୪୦ ରୁ ଉର୍ଦ୍ଧ୍ବ ଅଧ୍ୟାପକ ନିୟୋଜିତ ହୋଇଛନ୍ତି। ଆଉ କିଛି ଦିନ ପରେ ସମସ୍ତ ଖାତା ଦେଖା ଶେଷ ହୋଇଥାନ୍ତା। ହେଲେ ଆଜି ଜଣେ ପଜିଟିଭ ବାହାରିବା ପରେ ଅନ୍ୟ ଅଧ୍ୟାପକ କେନ୍ଦ୍ର ଛାଡି ଘରକୁ ଚାଲି ଯାଇଛନ୍ତି। ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡଃ କୁଳମଣି ଓଝା ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ