କଲେଜ କ୍ଲାସ୍ ରୁମରେ ସହପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ ଜଣେ ଗୁରୁତର

ଫ୍ରୀ ଫାୟାର ଗେଇମକୁ ନେଇ ଆକ୍ରମଣ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ସ୍ଥିତ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଜଣେ ସହ ପାଠି ଛାତ୍ରକୁ ସଂଘବଦ୍ଧ ମରଣାତ୍ମକ ଆକ୍ରମଣ ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଆହତ ଛାତ୍ର ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟ ପୁର ଗ୍ରାମର ରାଜା ସେଠି (୧୬) ଗୁରୁତର ରାଜାକୁ ପ୍ରଥମେ ପାଟପୁର ମେଡିକାଲରେ ଚିକିଛା କରିବା ପରେ ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କ ସ୍ଵାସ୍ତ୍ୟ ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ଛାତ୍ରଙ୍କ ମୁଣ୍ଡ ପିଠିରେ ଗଭୀର ଆଘାତ ହୋଇଛି। ପଞ୍ଜା ଓ ଷ୍ଟିଲ ବଳାରେ ଆକ୍ରମଣ କରିଥିବା ଜଣାପଡିଛି। ଖବର ପାଇ ପାଟପୁର ପୋଲିସ ଏସଆଇ ଶୁଭଲକ୍ଷ୍ମି କହଁରଙ୍କ ସହ ପୋଲିସ ଟିମ ପହଞ୍ଚି ଆକ୍ରମଣ କରିଥିବା ୩ ଜଣ ଛାତ୍ରଙ୍କୁ ଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ଆକ୍ରମଣ କରିଥିବା ଛାତ୍ରଙ୍କ ମଧ୍ୟରେ ଦୁର୍ଗା ମାଧବ ବିଷୋୟୀ (ପାଟପୁର), ମେକେସ ପ୍ରଧାନ, (ରାଧାଦେଇପୁର) ରାକେଶ ପଟ୍ଟନାୟକ,( ଦିଗପହଣ୍ଡି) ଓ ସୁନିଲ ନାୟକ (ପାଳାସପୁର) କଲେଜରେ ବିଶୃଙ୍ଖଳା ସୃଷ୍ଟି କରିବା ସହ କ୍ଲାସ୍ ରୁମ ଭିତରେ ଆକ୍ରମଣ କରିଥିବା ନେଇ କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାରଣା ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପ୍ରକାରେ ଫ୍ରି ଫାୟାର ଗେଇମ୍କୁ ନେଇ ରାଜା ଏବଂ ଦୁର୍ଗାମାଧବଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା। ଗୁରୁବାର +୨ କଳା କ୍ଲାସ ରୁମରେ ପାଠ ପଢ଼ାଚାଲିଥିବା ସମୟରେ ଦୁର୍ଗାମାଧବ ୩ଜଣ ସାଙ୍ଗକୁ ନେଇ ରାଜା ଆଗରେ ବସିଥିବା ପାଖକୁ ଯାଇ ଟାଣି ଆଣି ପଞ୍ଜା, ଷ୍ଟିଲ ବଳା ରେ ଆକ୍ରମଣ କରିଥିଲେ। ଫଳରେ ଛାତ୍ରଙ୍କ ମୁଣ୍ଡ ଓ ପିଠିକୁ ଗଭୀର ଆଘାତ ଲାଗିଥିଲା। ଆହତ ଛାତ୍ରକୁ ଉଦ୍ଧାରକରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ପାଟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଡପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ ହୋଇଥିଲା। ଆହତ ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। କଲେଜ କତୃପକ୍ଷ ଆହତ ଛାତ୍ରର ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣା ନେଇ ପାଟପୁର ଥାନା ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ