କଲେଜ ଛାତ୍ରଙ୍କ ଆକସ୍ମିକ ବିୟୋଗରେ ଶୋକସଭା 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୩ ପ୍ରଥମ ବର୍ଷର ଗଣିତ ସମ୍ମାନ ବିଭାଗୀୟ ଛାତ୍ର ଶିବ ଶଙ୍କର ପାଣିଗ୍ରାହୀଙ୍କ ମଙ୍ଗଳବାର ସକାଳେ ଆକସ୍ମିକ ପରଲୋକ ଘଟିଛି।ସେ ଗତ ୩ ମସ୍ତିସ୍କ ଜ୍ବରରେ ପୀଡିତ ଥିଲେ।ସକାଳୁ ଜ୍ବର ମୁଣ୍ଡକୁ ଚଢି ଯାଇ ସେ ସଜ୍ଞାହୀନ ହୋଇ ଘରେ ତଳେ ପଡିଯିବା ସହ ତାଙ୍କ  ଅବସ୍ଥା ଗୁରୁତର ହୋଇ ପଡିଥିଲା।ସଙ୍ଗେ ସଙ୍ଗେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ତେବେ ସେଠାରେ ଉପସ୍ଥିତ ଡାକ୍ତର ଶିବଙ୍କ ମୃତ୍ୟୁ ହୋଇ ସାରିଥିବା ପ୍ରକାଶ କରିଥିଲେ।ପରେ ତାଙ୍କର ମୃତଦେହ କୁ ବ୍ଯବଚ୍ଛେଦ କରାଯିବା ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ମୃତଦେହ ଦିଗପହଣ୍ଡି ଅଣାଯିବା ପରେ ଗୁପ୍ତେଶ୍ବର ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା।ଶିବଙ୍କ ବିୟୋଗରେ ଖେମୁଣ୍ଡି କଲେଜ ଅଧ୍ଯକ୍ଷ ଅନୁପ କୁମାର ମିଶ୍ରଙ୍କ ଅଧ୍ଯକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା।ସେହିଭଳି ଛାତ୍ର ଙ୍କ ଅନ୍ତିମ ଶୋଭାଯାତ୍ରାରେ ବହୁ ସଂଖ୍ୟକ ଶୋକାକୁଳ ସହପାଠୀ ସାମିଲ ହୋଇ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ