କଲେଜ ଛାତ୍ରୀଙ୍କୁ ଅପହରଣ ନେଇ ଥାନାରେ ଏତଲା ଦେଲେ…
ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ ସାନରାମଚାନ୍ଦପୁର ପଞ୍ଚାୟତର କାଠଛାଲିଆ ଗ୍ରାମର ଜୈନୀକ କଲେଜ ଛାତ୍ରୀଙ୍କୁ ଅପହରଣ କରିନେଇଯାଇଥିବା ନେଇ ରମ୍ଭା ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଉକ୍ତ ଗ୍ରାମର ପଦ୍ମାଦାସ ଏତଲାରେ ଦର୍ଶାଇଛନ୍ତି , ଗତ ୧୨ ତାରିଖରେ ସେ ତାଙ୍କ ସ୍ୱାମୀ ନବଦାସଙ୍କ ସହ ନଣନ୍ଦଙ୍କ ଘରକୁ ଯାଇଥିଲେ । ପରେ ଘରକୁ ଆସି ଦେଖିଲାବେଳକୁ ତାଙ୍କ ଝିଅ ନାହିଁ । ଏନେଇ ଗ୍ରାମ ଓ ବନ୍ଧୁବନ୍ଧବ ଘରେ ଖୋଜାଖୋଜି କରିବା ପରେ ତାର କୌଣସି ସନ୍ଧାନ ମିଳିନଥିଲା। ପରେ ସେହି ଗ୍ରାମର ଜଣେ ପିଲା ଏକ ବାଇକରେ ଦୁଇ ଜଣ ଯୁବକ ତାଙ୍କ ଝିଅକୁ ନେଇଯାଇଥିବା ଦେଖଛନ୍ତି । ସେମାଙ୍କୁ ଦେଖିଲେ ଚିହ୍ନ ଦେବେ ବୋଲି କହିଛନ୍ତି । ତାଙ୍କ ଝିଅ ଯୁକ୍ତଦୁଇ ଛାତ୍ରୀ ଥିବା ବେଳେ, ଅପହୃତ ହେବା ଦିନ ନିଲରଙ୍ଗର ଜିନପ୍ୟାଣ୍ଟ ଓ ହଳଦୀ ରଙ୍ଗର ଟପ ପିନ୍ଧିଥିବା ଦର୍ଶାଇଛନ୍ତି । ଏନେଇ ରମ୍ଭା ଆଇଆଇସି କେଶ ନମ୍ବର ୬୫/୨୨ କେଶ ନମ୍ବର ରୁଜୁ କରି ଏହାର ତଦନ୍ତ ଦାଇତ୍ୱ ଏସଆଇ ଦେବଦୂତ ପ୍ରିୟଦର୍ଶୀଙ୍କୁ ଦେଇଥିବା ଜଣାପଡିଛି ।