କଲେଜ ଛାତ୍ରୀ ଙ୍କୁ ଅପହରଣ ଅଭିଯୋଗ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ଫାଣ୍ଡି ଅନ୍ତର୍ଗତ କୋଲର ଗ୍ରାମ ର ଜୈନିକା ନା ବାଳିକା କଲେଜ ଛାତ୍ରୀ ଙ୍କୁ କେହି ଅପହରଣ କରି ନେଇଥିବା ତାଙ୍କ ବାପା ପୋଲିସ ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଗୋପ ପୋଲିସ ଦଫା ୩୬୩ ରେ ଏକ ମାମଲା କେଶ ନଂ ୩୯୩/୨୩ ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି।ନୟାହାଟ ଫାଣ୍ଡି ପୋଲିସ ଘଟଣା ରେ ନିଷ୍କ୍ରିୟତା ଅବଲମ୍ବନ କରୁଥିବା ଅଭିଯୋଗକାରୀ ବାବୁଲା ବେହେରା ଅଭିଯୋଗ କରି ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ପୁରୀ ଜିଲ୍ଲା ଏସ ପି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କ ରେ ନିମାପଡ଼ା ଏସ ଡି ପି ଓ ପ୍ରଭାତ କୁମାର ମଲ୍ଲିକ ଙ୍କୁ ପଚାରିବାରେ ସେ ନୂଆ ଯୋଗଦାନ କରିଛନ୍ତି। ତାଙ୍କ ଯୋଗଦାନ ପୂର୍ବରୁ ଏ ମାମଲା ହୋଇଛି। ତେବେ ଅଭିଯୋଗ ସମ୍ପର୍କ ରେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।