କଲେଜ ବାଣିଜ୍ୟ ବିଭାଗ ଜାତୀୟ ଆଲୋଚନାଚକ୍ର ଉଦଯାପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବାଣିଜ୍ୟ ବିଭାଗ ପକ୍ଷରୁ ‘ଏକବିଂଶ ଶତାବ୍ଦୀରେ ଆମ ବାଣିଜ୍ୟ ବ୍ୟବସାୟର ପରିବର୍ତ୍ତିତ ରୂପ’ ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ରବିିବାର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଦିବସରେ ରେଭେନସା ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରାକ୍ତନ ପ୍ରଫେସର ଡଃ. ମଳୟ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜକୁ କ୍ଷତି ପହଞ୍ଚାଉନଥିବା ଭଳି ଶିଳ୍ପାୟନ କରାଯାଉ ବୋଲି କହିଥିଲେ । ଏଥିସହିତ ଗବେଷଣା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସାହାଜ୍ୟ ସହଯୋଗ ଯୋଗାଇଦେବାକୁ ସେ ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସୋଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ପି. କେ. ସ୍ୱାଇଁ ଯୋଗଦେଇ ସମସ୍ତଙ୍କୁ ଈଶ୍ୱର ଶକ୍ତି ଦେଇଥିବା ବେଳେ ସେମାନେ ସେହି ଶକ୍ତିକୁ ସମାଜର ହିତ ପାଇଁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ନିଜେ ଖୁସି ରହିବା ସହିତ ଅନ୍ୟମାନଙ୍କୁ ଖୁସି ରଖିବା ଭଳି କାର୍ଯ୍ୟ କରାଯାଉ ବୋଲି ସେ କହିଥିଲେ । ବୈଷୟିକ ଅଧିବେସନରେ ରେଭେନସା ବିଶ୍ୱ ବିଦ୍ୟାଳୟର ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ. ତୁଷାରକାନ୍ତ ପାଣି ଓ ପ୍ରଫେସର କିଶୋର କୁମାର ଦାସ ବକ୍ତବ୍ୟ ରଖିଥିଲେ । ସଂପାନର ବିଷୟ ଉପସ୍ଥାପନ କରିଥିଲେ ଅଧ୍ୟାପକ ଡଃ. ସୁରେଶ ଚନ୍ଦ୍ର ଦାସ । ବାଣିଜ୍ୟ ବିଭାଗ ସାଂଗଠନିକ କମିଟି ସଦସ୍ୟା ଅଧ୍ୟାପିକା ଆର୍ଯ୍ୟସ୍ମିତା କର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ବାଣିଜ୍ୟ ବିଭାଗ ଅଧ୍ୟାପିକା ୱାଇ. ପଦ୍ମାବତୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ରଞ୍ଜିତା ଗଡସରା, ଅଧ୍ୟାପକ ବିଭବ କୁମାର ମହାନ୍ତି ପ୍ରମୁଖ ଏହି ସଂପାନକୁ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ବାଣିଜ୍ୟ ବିଭାଗର ପୂର୍ବତନ ମୁଖ୍ୟ ଡଃ. ଗିରିଶ ପାତ୍ର, ବିଭାଗୀୟ ମୁଖ୍ୟ ଜ୍ଞାନରଞ୍ଜନ ଦାସ, ପ୍ରାଧ୍ୟାପକ ଗୋକୁଳ ଚନ୍ଦ୍ର ଜେନା, ଜ୍ଞାନୀନ୍ଦ୍ର ଦାଶ, ରଞ୍ଜିତ କୁମାର ଦାସ, ଦେବ ପ୍ରସାଦ ଷଡଙ୍ଗୀ, ସଂଯୋଜକ ଡଃ. ପ୍ରମୋଦ କୁମାର ଦାସ, ନରେନ୍ଦ୍ର ନାଥ ପାତ୍ର, ଅଧ୍ୟାପିକା ସୈାମ୍ୟାରାଣୀ ମହାରଣା ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଇଂରାଜୀ ବିଭାଗ ଅଧ୍ୟାପିକା ପୂର୍ବାସା ପ୍ରିୟଦର୍ଶିନୀ ଏହି ସଂପାନକୁ ସଂଚାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ