କଲେଜ ବିଜ୍ଞାନ ବିଭାଗର ଟପ୍ପର ଅର୍ପିତା ପ୍ରିୟଦର୍ଶିନୀ ଅଧ୍ୟାପିକା ହେବେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ ସମ୍ମାନ ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ବିଶ୍ୱାଳ ଚଳିତ ବର୍ଷ ମୋଟ ୨୭୫୦ମାର୍କରୁ ୨୫୧୯ମାର୍କ ଅର୍ଥାତ ୯.୬୭ ପ୍ରତିଶତ ମାର୍କ ରଖି ବିଜ୍ଞାନ ବିଭାଗର ଟପ୍ପର ହୋଇଛନ୍ତି । ମାଟ୍ରିକ ଏବଂ +୨କଳା ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ଅର୍ପିତା ପ୍ରିୟଦର୍ଶିନୀ ହେଉଛନ୍ତି ଜଣେ ମେଧାବୀ ଛାତ୍ରୀ । ସେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ସହିରା ଗ୍ରାମର ସଞ୍ଜୀବ ବିଶ୍ୱାଳ ଓ ମମତା ଧଳଙ୍କ କନ୍ୟା । ଅର୍ପିତାଙ୍କର ଜଣେ ସାନ ଭଉଣୀ ଅଛନ୍ତି । ତାଙ୍କ ପିତା ଜଣେ ଶିକ୍ଷକ ହୋଇଥିବା ବେଳେ ମା ଜଣେ ଶିକ୍ଷୟିତ୍ରୀ ଅଟନ୍ତି । ଅର୍ପିତା ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ