କଲେଜ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ମହାତ୍ମା ଗାନ୍ଧୀ ଶିକ୍ଷା ଓ ବୈଷୟିକ ଡ଼ିଗ୍ରୀ କଲେଜ ର ସଭାଗୃହ ରେ ଆଜି ଟ୍ରାଇ ସହଯୋଗ ରେ ଏକ ଟେଲିଫୋନ ଉପଭୋକ୍ତା ଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ବି ଏସ ଏନଏଲ, ଏୟାର ଟେଲ ଓ ଜିଓ ରିଲିଆନ୍ସ ର ଆଞ୍ଚଳିକ ପ୍ରତିନିଧି ଯୋଗଦେଇ ଉପଭୋକ୍ତା ମାନେ କିପରି ଭାବେ ନିଜ ନିଜ ର ଫୋନ ବ୍ୟବହାର କରିବେ ଓ କିପରି ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ମାନେ ଗ୍ରାହାକ ମାନଙ୍କୁ ଉତ୍ତମମାନ ର ସେବା ଯୋଗାଇ ଦେବେ ସେ ଦିଗରେ ସବିଶେଷ ଆଲୋଚନା କରିଥିଲେ। ସୁଧାଂଶୁ ମୋହନ ଦାଶ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ। ପରିବର୍ତ୍ତନ ସଂସ୍ଥା ର ସମ୍ପାଦକ ଶୁଭ୍ରାଂଶୁ ଭୁଷଣ ସ୍ଵାଇଁ ପରିବର୍ତ୍ତନ ସଂସ୍ଥା ଓ କଞ୍ଜ୍ୟୁମର ଆଡୋଭକାସି ଗ୍ରୁପ ଟ୍ରାଇ ର କାର୍ଯ୍ୟ ସମ୍ପର୍କ ରେ ଉପୋଭୋକ୍ତା ମାନଙ୍କୁ ସଚେତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଟେଲିଫୋନ ଉପଭୋକ୍ତା ମାନେ କିପରି ସମସ୍ୟା, ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ନିଜ ନିଜ ର ମତ ପ୍ରଦାନ କରିଥିଲେ ଏବଂ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ର ପ୍ରତିନିଧି ମାନେ ସେହି ଅଭିଯୋଗ କିପରି ଦୂର ହୋଇ ପାରିବ ସେ ସଂପର୍କ ରେ ମତଦେବା ସହିତ ପୁରୀ ଜିଲ୍ଲା ରେ ଥିବା ନିଜ ନିଜ ସର୍ଭିସ ସେଣ୍ଟର ଗୁଡ଼ିକ ସମ୍ପର୍କ ରେ ସୂଚନା ଦେଇଥିଲେ।କଲେଜ ର ଅଧ୍ୟକ୍ଷ ନିରୋଦ କୁମାର ତ୍ରିପାଠୀ ଟେଲିଫୋନ ଉପଭୋକ୍ତା ମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କ ରେ ଯଥାଶୀଘ୍ର ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ର ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବି ଏସ ଏନ ଏଲ ର ସହକାରୀ ଯନ୍ତ୍ରୀ ସୀତିକାନ୍ତ ଜେନା ଓ ରିଲିଆନ୍ସ ପକ୍ଷରୁ ଜେ ପି ଏମ ବାନାମ୍ବର କାଳିଆ ଯୋଗ ଦେଇଥିଲେ।


