କଲୋନେଲ ମିୟାଓଁ
ଏହି ବିଲେଇର ରହିଛନ୍ତି ଦୁଇ ଲକ୍ଷରୁ ବେଶି ଇନ୍ଷ୍ଟାଗ୍ରାମ ଫଲୋଅର । ସବୁଠାରୁ ଦୀର୍ଘ ଲୋମ ଥିବାରୁ କଲୋନେଲ ମିୟାଓଁ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ମଧ୍ୟ ସାମିଲ ହୋଇଛି । ନାଲା ଲସ୍ ଞ୍ଜେଲସ୍ରେ ରହେ ଏହି ବିଲେଇ । ତା’ର ରହିଛନ୍ତି ୧୦ଲକ୍ଷ ୬୮ହଜାର ଫଲୋଅର । ବିସ୍ମିତ ହେଲେ ନାଲାର ମୁଖଭଙ୍ଗୀ ଏଭଳି ବଦଳିଯାଏ ଯେ, ଠିକ୍ ଯେପରି ସେ ଏକ ମଣିଷ । ଭେନସ୍ ବିଲେଇଟିର ଫଟୋ ଦେଖିଲେ ଆପଣ ଭାବିପାରନ୍ତି ଏହାକୁ ଫଟୋସପ୍ରେ କାରସାଦି କରାଯାଇଛି । କିନ୍ତୁ ତାହା ନୁହେଁ, ଭେନସ୍ର ମୁଖମଣ୍ଡଳର ରଙ୍ଗ ସତରେ ଦୁଇଟି । ସେଇଥିପାଇଁ ବିଲେଇଟି ଇଣ୍ଟରନେଟ୍ରେ ହିଟ୍ ।
ଲାଜରସ୍ ଆମେରିକାର ଟେନିସ୍ ରାସ୍ତାର ଏହି ବିଲେଇଟିକୁ ଅତି ଛୋଟବେଳୁ ଉଦ୍ଧାର କରି ଘରକୁ ଆଣିଥିଲେ ଏକ ଦମ୍ପତ୍ତି । ଲାଜରସ୍ର ଥୋମଣି ନାହିଁ । ତେଣୁ ତା’ର ଦାନ୍ତ ସବୁବେଳେ ପଦାକୁ ଦିଶୁଥାଏ । ଏହି ଅଦ୍ଭୁତ ବୈଶିଷ୍ଟ୍ୟ ପାଇଁ ବିଲେଇଟିର ଲକ୍ଷାଧିକ ଫଲୋଅର । ହନିବି ବିଲେଇଟିର ଦୁଇଟି ଆଖି ନାହିଁ । ଛୋଟବେଳୁ ସେ ଏହିଭଳି । ତେବେ ଏଥିପାଇଁ ଖେଳାଖେଳିରେ ତା’ର କୌଣସି ଅସୁବିଧା ହୁଏ ନାହିଁ । ମାଲିକ ସହ ବୁଲିବାକୁ ଯିବାଠାରୁ ଆରମ୍ଭ କରି ଖେଳାଖେଳିରେ ସେ ମାହିର । ତାହା ହିଁ ହନିବିର ବୈଶିଷ୍ଟ୍ୟ । ଲିଲ୍ବାବ୍ ଲିଟିଲ୍ରୁ ଲିଲି ଅର୍ଥାତ୍ ଛୋଟ । ଲିଲ୍ ବାବ ପ୍ରକୃତରେ ଏକ ବାଙ୍ଗରା ବିଲେଇ ସବୁବେଳେ ଜିଭ ବାହାରକରି ରହିଥାଏ ଲିଲ୍ ବାବ । ଖୁବ୍ ସୁନ୍ଦର ଏହି ବିଲେଇର ଫଟୋ ୟୁଟ୍ୟୁବ୍ରେ ପଡ଼ିବା ସଙ୍ଗେସଙ୍ଗେ ଭାଇରାଲ୍ ହୋଇଥାଏ ।