କଲ୍ୟାଣୀ ମଲ୍‌ଟି ପରପୋଜ ଚାରିଟେବୁଲ ଟ୍ରଷ୍ଟ ଅଫ ଇଣ୍ଡିଆ ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ)- କଲ୍ୟାଣୀ ମଲଟି ପରପୋଜ ଚାରିଟେବୁଲ ଟ୍ରଷ୍ଟ ଅଫ ଇଣ୍ଡିଆ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଅଭିମନ୍ୟୁ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଟ୍ରଷ୍ଟର ଅଧ୍ୟକ୍ଷ ସନ୍ତୋଷ କୁମାର ପୋଥାଳ ଓ ସମ୍ପାଦକ ତ୍ରିଲୋଚନ ବେହେରା ପ୍ରମୁଖ ଯୋଗଦେଇ ଆଳି ବ୍ଲକର ଭୂଇଁପୁର ସରପଂଚ ଅନୁପମା ଜେନାଙ୍କୁ କୋଭିଡ -୧୯ ଦେବଦୁତ ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି । କରୋନାର ମୁକାବିଲା ଏବଂ ପଂଚାୟତର ବିଭିନ୍ନ ଉନ୍ନତିମୁଳକ କାର୍ଯ୍ୟରେ ତାଙ୍କର ବିଶେଷ ଅବଦାନ ପାଇଁ ସରପଂଚ ଶ୍ରୀମତୀ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ