କଲ୍ୟାଣୀ ମଲଟି ପରପୋଜ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦେବଦୂତ ସମ୍ମାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କଲ୍ୟାଣୀ ମଲଟି ପରପୋଜ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ଗ୍ରାମ ପଂଚାୟତର ସରପଂଚ ରଶ୍ମିତା ବାରିକ ଓ ନୋଡାଲ ଅଧିକାରୀ ଶ୍ରବଣ କୁମାର ବିଶ୍ୱାଳଙ୍କୁ କୋଭିଡ-୧୯ ଦେବଦ୍ୱତ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଅରକ୍ଷିତ ସାହୁ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଟ୍ରଷ୍ଟର ଅଧ୍ୟକ୍ଷ ସନ୍ତୋଷ ପୋଥାଳ,ସମ୍ପାଦକ ତ୍ରିଲୋଚନ ବେହେରା,ଅଜାମ୍ବର ପ୍ରଧାନ,କୁଳମଣି ବେହେରା ,ପୂର୍ବତନ ସମିତିସଭ୍ୟ ଗଗନ ପ୍ରସାଦ ବାରିକ ପ୍ରମୁଖ ଉପସ୍ଥିତ ରହି ସରପଂଚ ଶ୍ରୀମତୀ ବାରିକ ଓ ନୋଡାଲ ଅଧିକାରୀ ଶ୍ରୀ ବିଶ୍ୱାଳଙ୍କୁ କୋଭିଡ-୧୯ ଦେବଦ୍ୱତ ସମ୍ମାନରେ ସମ୍ମାନିତ କରିଥିଲେ । କରୋନା ମହାମାରୀର ଘଡିସନ୍ଧି ମୁହୁର୍ତ୍ତରେ ନିଜ ପରିବାର ଓ ବନ୍ଧୁବର୍ଗଙ୍କୁ ପଛରେ ପକାଇ ପ୍ରଶାସନ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ନୀତି ନିୟମକୁ ମାନି ଦେବଦ୍ୱତ ସାଜି ଗ୍ରାମବାସୀମାନଙ୍କୁ କରୋନା ମହାମାରୀରୁ ସୁରକ୍ଷା ଦେବା ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ ଜାରି ରଖିଥିବା ପ୍ରୟାସକୁ କଲ୍ୟାଣୀ ମଲ୍ଟି ପରପୋଜ ଚାରିଟେବୁଲ ଟ୍ରଷ୍ଟ ଅଫ ଇଣ୍ଡିଆର ପରିବାର ସମ୍ମାନ ଜଣାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ