କଲ୍ୟାଣ ମଣ୍ଡପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ ଲିଖିତ ଭାବେ ଜଣାଇଲେ ଅଞ୍ଚଳବାସୀ

ଗଂଜାମ, (ବିନୋଦ ପଲାଇ) :ଗଂଜାମ ସହରର ନିର୍ମାଣଧିନ ଅଧାପନ୍ତରିଆ କଲ୍ୟାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଓ ଚନ୍ଦନ ବନ୍ଧର ପାଣି ନିଷ୍କାସନ ଡ୍ରେନେଜ ପୁନରୁଦ୍ଧାର କରିବା ନେଇ ଆଜି ଗଂଜାମ ସହର ଅଞ୍ଚଳବାସୀ ଗଂଜାମ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଗଂଜାମ ତହସିଲଦାର ଅରୁଣ କୁମାର ନାୟକଙ୍କୁ ଭେଟି ଲିଖିତ ଭାବେ ଦେବା ସହ ଆଲୋଚନା କରିଛନ୍ତି । ଏହାର ପ୍ରତିକାର ପାଇଁ ଲିଖିତ ଭାବେ ଜଣାଇଛନ୍ତି । ଆଜି ବରିଷ୍ଠ ନାଗରିକ ଲିଙ୍ଗରାଜ ପଟ୍ଟନାୟକ, ବିନୋଦ ଚନ୍ଦ୍ର ମହାପାତ୍ର, ପୂର୍ଣ ଚନ୍ଦ୍ରଦାଶ, ଯୁଧିଷ୍ଠିର ମହାନ୍ତି, ପୂର୍ବତନ ଯୋଜନା ବୋର୍ଡ ସଦସ୍ୟ ଲକ୍ଷ୍ମୀ ଚରଣ ପାଢ଼ୀ, ବଡ଼ ବଜ଼ାର ବ୍ୟବସାୟୀ ସଂଘ ସଭାପତି ଗୌରୀ ଶଙ୍କର ବାରିକ, ପୁର୍ବତନ କାଉନସିଲର ଦୂର୍ଗା ମାଧବ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟନିର୍ବାହୀ ଅଧିକାରୀ ନାୟକଙ୍କୁ ଭେଟି ଏକ ଓ ଦୁଇ ନମ୍ବର ୱାଡ଼ର ମଧ୍ୟଭାଗର ଚୌଧୁରୀ ଓ ପଣ୍ଡାସାହି ରାସ୍ତାର ପାର୍ଶ୍ୱରେ ତତ୍କାଳୀନ ବିଧାୟକ, ପୁର୍ବତନ ଉପବାଚସ୍ପତି ତଥା ବର୍ତ୍ତମାନର ରାଜ୍ୟକୃଷି ବିପଣନ ବୋର୍ଡର ଉପଦେଷ୍ଟା ରାମଚନ୍ଦ୍ରପଣ୍ଡାଙ୍କ କରକମାଳରେ ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଗତ ୨୦୦୧ ମସିହା ଅକ୍ଟୋବର ମାସ ୧୦ ତାରିଖରେ ଏକ କଲ୍ୟାଣି ମଣ୍ଡପର ଶୁଭ ଦେଇଥିଲେ । ପରବର୍ତ୍ତୀ ସମୟରେ କଲ୍ୟାଣ ମଣ୍ଡପ ର ପୁନାତି କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଏହା ମଧ୍ୟରେ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ବିଭିନ୍ନ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଟେଣ୍ଡର ହୋଇଥିଲେ ମଧ୍ୟ ବିଭିନ୍ନ କାରଣ ଆଳରେ ବାତିଲ କରାଯାଇଥିଲା । ସହରରେ ଗୋଟିଏ କଲ୍ୟାଣ ମଣ୍ଡପ ନଥିବାରୁ ଅସମ୍ପୂର୍ଣ୍ଣ କଲ୍ୟାଣ ମଣ୍ଡପ କାମ ସମ୍ପୁର୍ଣ୍ଣ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଥିଲେ । ସେହିପରି ଏକ ନମ୍ବର ୱାଡର ଷ୍ଟେସନ ରୋଡ଼ରେ ଥିବା ଐତିହାସିକ ସାମନ୍ତରା ବନ୍ଦ (ଚନ୍ଦନ ପୋଖରୀ) ର ଅପରିସ୍କାର ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ଥିଲେ ମଧ୍ୟ ଷ୍ଟେସନ ରୋଡ଼ ନିର୍ମାଣ ସମୟରେ ପୋତାଯାଇଥିଲା । ପରବର୍ତ୍ତୀ ସମୟରେ ନିର୍ମାଣ ପାଇଁ ଟେଣ୍ଡର ହେବା ସ୍ୱତେ କାର୍ଯ୍ୟକାରୀ ହୋଇପାରି ନଥିଲା । ଯାହା ଫଳରେ ବନ୍ଧର ପାଣି ନିଷ୍କାସନ ହୋଇନପାରି ପଚି ଦୁର୍ଗନ୍ଧ ହୋଇ ପ୍ରବେଶ ଦୂଷିତ ହେଉଥିବା ଅଞ୍ଚଳ ବାସୀ ଆଲୋଚନା ବେଳେ କହିଥିଲେ । ସମସ୍ତ ସମସ୍ୟା ଶୁଣିବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ନାୟକ, ସଙ୍ଗେ ସଙ୍ଗେ ଆଲୋଚନାକାରୀଙ୍କୁ ନେଇ ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ସେଠାରେ ଉପସ୍ଥିତ ଥିବା ସାହି ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । କଲ୍ୟାଣ ମଣ୍ଡପ ନିର୍ମାଣ ଓ ଡ୍ରେନଜ ବ୍ୟବସ୍ଥା ନେଇ ପଡେକ୍ଷପ ନେବେ ବୋଲି କହିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଦାଇତ୍ୱ ନେବା ପରେ ତହସିଲଦାର ନାୟକ ସହର ବିକାଶ ପାଇଁ ଏକ୍ସନ ମୁଡରେ ଅଣ୍ଟା ଭିଡିଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ