କଲ୍ୟାଣ ମଣ୍ଡପ ଚାବି କବାଡିବାଲା ହାତରେ ପ୍ରଶାସନ ନିରବ

ମୋହନା, (ଅଂଶୁମାନ ପଣ୍ଡା):ସରକାରୀ ଅର୍ଥ କିପରି ଅଯଥାରେ ଖର୍ଚ୍ଚ ହେଇଛି ଗଜପତି ଜଲ୍ଲାର ମୋହନା ତହସିଲ ଅନ୍ତର୍ଗତ ଚନ୍ଦ୍ରଗିରି ରାଜସ୍ୱ ମଣ୍ଡଳର ଚନ୍ଦ୍ରଗିରି ମୌଜାରେ ଥିବା ଅର୍ଦ୍ଦନିମିତ କଲ୍ୟାଣ ମଣ୍ଡପକୁ ଦେଖିଲେ ସହଜରେ ବୁଝି ହେବ । ଭୂଲ୍ ସ୍ଥାନ ନିରୂପଣ,ନିମ୍ନମାନର କାମ ଓ ଅଧିକ ଲାଭଖୋର ମନୋଭାବ ଏହି କଲ୍ୟାଣ ମଣ୍ଡପ ପାଇଁ କାଳ ହୋଇଛି । ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା କଲ୍ୟାଣ ମଣ୍ଡପର ଭାଗ୍ୟ ଏବେ ଅନିଶ୍ଚିତ ହୋଇପଡିଛି । ୨୦୧୪ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ଦ୍ୱିତୀୟ ଥର ପାଇଁ ସିଦ୍ଧାନ୍ତ ମହାପାତ୍ର ସାଂସଦ ରୂପେ ବିଜୟ ଲାଭକଲାପରେ ଚନ୍ଦ୍ରଗିରି ଗ୍ରାମର ବର୍ଦ୍ଦିତ ଲୋକସଂଖ୍ୟାର ହିତ ଦୃଷ୍ଠି କୋଣରୁ ସାଂସଦ ଉନ୍ନୟନ ପାଣ୍ଠିରୁ ୨୦୧୪-୧୫ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ବ୍ୟୟରେ ଚନ୍ଦ୍ରଗିରି ବନପାଳଙ୍କ କାର୍ଯ୍ୟାଳୟର ପଛପାର୍ଶରେ ଥିବା ଏକ ଏକରରୁ ଅଧିକ ଥିବା ସରକାରୀ ଜମିର ମଧ୍ୟଭାଗରେ ପ୍ରାୟ ୪୦ଫୁଟ ଲମ୍ବା ଓ ୩୦ ଫୁଟ ଓସାର ମଧ୍ୟରେ କଲ୍ୟାଣ ମଣ୍ଡପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବଂ ତତ୍‌କାଳିନ ଚନ୍ଦ୍ରଗିରି ଗ୍ରାମର ସରପଚଂ ପ୍ରଭାବତୀ ବାଗ୍‌ସିଂ ବନପାଳଙ୍କ କାର୍ଯ୍ୟାଳୟର ସୁରକ୍ଷା ପାଚେରୀ ପାର୍ଶ ଦେଇ କଲ୍ୟାଣ ମଣ୍ଡପକୁ ଯିବା ପାଇଁ ସିମେଣ୍ଠ ତିଆରି ପକା ରାସ୍ତା ନିର୍ମାଣ୍ଣ କରିଥିଲେ । ଦୀର୍ଘ ୯ବର୍ଷ ବିତିଲା କଲ୍ୟାଣ ମଣ୍ଡପ କାମ ଅଧାପନ୍ତରିଆ ଭାବେ ରହିଯାଇଛି ଏବଂ ଆଜିର ଦିନରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡଗଡ ଅଂଚଳର ହରିକୃର୍ଣ୍ଣ ପଣ୍ଡା ନାମକ ଜଣେ ବୟସ୍କ ବ୍ୟକ୍ତି ଦୀର୍ଘ ୨ବର୍ଷରୁ ଏଧିକ ସମୟ ହେଲାଣି ସେହି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା କଲ୍ୟାଣ ମଣ୍ଡପକୁ ନିଜ ଆୟତରେ ରଖି ସେଠାରେ ଗୋଟିଏ ଛୋଟ କବାଡିବାଲା ଦୋକାନ କରିଅଛି । ତାଙ୍କ ସହିତ ସାକ୍ଷାତ କରିବାରୁ ସେ କହିଥିଲେ ଯେ ପରିତ୍ୟକ୍ତ ଅବସ୍ଥାରେ କୋଠା ରହିଥିଲା । ଏବଂ ମୋତେ ଚନ୍ଦ୍ରଗିରି ପାତ୍ରବାବୁ ରହିବାପାଇଁ କହିବାରୁ ମୁଁ ମୋର ପରିବାର ସହିତ ଏଠାରେ ରହି କବାଡି ସାମନ କିଣି ପରିବାର ଚଳାଉଛି । ଏବଂ ଏହି ପରିତ୍ୟକ୍ତ ଅବସ୍ଥାରେ ଥିବା କୋଠାକୁ ୩୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରି ପୁନରୁଦ୍ଧାର କରି ରହିଛି । ଏବଂ ଏଠାରେ ବିଦ୍ୟୁତ ସଂଯୋଗ ନାହିଁ । ନିକଟରୁ ବିଦ୍ୟୁତ ଆଣି ବ୍ୟବହାର କରୁଛି । ଏବଂ ଆଜିର ଦିନରେ ଚନ୍ଦ୍ରଗିରି ଗ୍ରାମର କିଛି ବ୍ୟକ୍ତି କଲ୍ୟାଣ ମଣ୍ଡପ ସଂଲଗ୍ନ ବଳକା ଜମିରେ ପରିବା ଚାଷ କରି ଭଲ ଟଙ୍କାରୋଜଗାର କରିଥିବାରୁ ଲୋକମାନେ ଇର୍ଷା ପରାୟଣ ହୋଇ ଗ୍ରାମବାସୀଙ୍କ ତରଫରୁ ମୋହାନା ଅତିରିକ୍ତ ତହସିଲଦାର ଶ୍ରୀ ହମାଂଶୁ ପାଲାଇଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମୋର ଏହା ପୈତୃକ ଜାଗା ନୁହଁ ଗ୍ରାମବାସୀଙ୍କର ତେଣୁ ଧ୍ୱସାଭିମୁଖୀ ହେଉଥିବା କଲ୍ୟାଣ ମଣ୍ଡପ ପନରୁଦ୍ଧାର ହେଲେ ମୁଁ ଅନ୍ୟତ୍ର ଚାଲିଯିବି କିନ୍ତୁ ମୁଁ ମାସିକ ୧୫ଶହରୁ ୧୮ଶହ ଟଙ୍କା ଘରଭଡା ବାବଦରେ ଦେଉଛି । ଏବେ ପ୍ରଶ୍ନଉଠେ ୍‌ଯେ ଘରଭଡା କିଏ ନେଉଛି ,ସେହିଟଙ୍କାକୁ କିଏ ଖର୍ଚ୍ଚ କରୁଛି । ସବୁଠାରୁ ବଡ ଆଶ୍ଚର୍ଯ୍ୟର ଘଟଣାଯେ ବ୍ଳକ ପ୍ରଶାସନ ଦ୍ୱାରା କଲ୍ୟାଣ ମଣ୍ଡପ ପରିଶରରେ ଖୋଳାଯାଇଥିବା ନଳକୂପକରୁ ପାଇପ୍ ବାହାର କରି ତାହାରିଭିତରେ ବିଦ୍ୟୁତ ଚାଳିତ ପାଣି ପମ୍ଫ ଛାଡ ଚାଷ ପାଇଁ ପାଣି ବ୍ୟବହାର କରୁଛନ୍ତି । ଏପରିସ୍ଥଳେ କାହାରି ସାହସରେ କିଏ ଏମାନଙ୍କୁ ଏପରିଭାବେ ସର୍ବସାଧରଣଙ୍କ ସମ୍ପତିକୁ ବ୍ୟକ୍ତିଗତ ସ୍ୱାର୍ଥରେ ବ୍ୟବହାର କରିବାକୁ କହିଲା ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏପରି ପରିସ୍ଥିରେ ପ୍ରଶାସନ ହସ୍ତକ୍ଷେପକରି ସମସ୍ତ ସରକାରୀ ଜମିରୁ ଉଚ୍ଛେଦ ପ୍ରକିୟା ଆରମ୍ଭ କରିବା ସହ ସେମାନଙ୍କ ବିରୁଦ୍ଧରେ ସର୍ବସାଧାରଣଙ୍କ ସମ୍ପତି ନଷ୍ଠ ଅନୁସାରେ ଆଇନ ଅନୁସାରେ ଦଣ୍ଡ ପ୍ରଦାନ ପାଇଁ ସ୍ଥାନୀୟ ଜନସାଧାରଣ ଦାବିକରିଛନ୍ତି । ସରକାରୀଜମି ଓ କଲ୍ୟାଣ ମଣ୍ଡପର ପୁନରୁଦ୍ଧାର ନେଇଁ ଏବେ ଚନ୍ଦ୍ରଗିରି ଗ୍ରାରେ ଦୁଇଗୋଷ୍ଠି ମଧ୍ୟରେ ଛକାପଚ୍ଛା ଲାଗିରହିଛି ଆଗାମି ଦିନରେ ଚନ୍ଦ୍ରଗିରି ଗ୍ରାମରେ ଗୋଷ୍ଠି ବିବାଦର ରୂପ ନେଇପାରେ ଏଣୁ ଏହାକୁ ଆଖିଆଗରରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠ ଗ୍ରହଣ କରିବା ସହ ଅସନ୍ତୋଷରୁ ଗ୍ରାମରେ କିଛି ଅଘଟଣ ନଘଟେ ସେଥିପ୍ରତି ପ୍ରଶାସନ ଦୃଷ୍ଟିହେବା କରକାର । ତେବେ କେଉଁ ଉଦ୍ଦେଶ୍ୟରେ ସରକାରୀ ଅର୍ଥ ଖର୍ଚ୍ଚ କରି ଏହାକୁ ନିର୍ମାଣ କରାଗଲା ଏବଂ ଆଜିର ଦିନରେ କାହାର ହାତମୁଠାରେ ପରିଚାଳିତ ହେଉଛି ତାହା ସ୍ଥାନିୟ ଜନସାଧାରଣକ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ