କଲ୍ୟାଣ ମଣ୍ଡପ ଜମି ଚିହ୍ନଟ କୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ ଓ ବନ୍ଧୁକ ଜବତ ; ଗିରଫ ୪ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଥାନା ମହୁଡା ନିକଟ ଏ.ରଘୁନାଥପୁର ଗ୍ରାମରେ କଲ୍ୟାଣ ମଣ୍ଡପ ଜମି ଚିହ୍ନଟ କୁ କେନ୍ଦ୍ରକରି ବୁଧବାର ସକାଳେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଓ ବନ୍ଧୁକ ଜବତ ମାମଲା ରେ ଗିରଫ ୪ ଅଭିଯୁକ୍ତଙ୍କୁ ଥାନା( ମାମଲା ନଂ.୧୯୭/୨୦)ଦଫା – ୩୦୭/୩୨୩/୩୨୪/୩୨୫/୩୪୧/୫୦୬/୩୪ ଆଇ ପି ସି, ମାରଣାସ୍ତ୍ର ନିୟନ୍ତ୍ରଣ ଆଇନର ଧାରା -୨୫/୨୭ , ଆଦିବାସୀ – ହରିଜନ ସୁରକ୍ଷା ଆଇନ, କ୍ରିମିନାଲ -ଲ-ଏମେଣ୍ଡ ମେଣ୍ଟ ଆକ୍ଟ୍ ର ଧାରା- ୭ ଅନୁଯାୟୀ ଶୁକ୍ରବାର ବ୍ରହ୍ମପୁର ଜିଲା ଦୌରା ଜଜ୍ କୋର୍ଟକୁ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ବ୍ରହ୍ମପୁର ବଡ ବଜାର ଥାନା ଧର୍ମ ନଗରର ବାୟା ଓରଫ ଦିଲ୍ଲୀପ କୁମାର ପୃଷ୍ଟି,ତୃପ୍ତି ନଗରର ଆକାଶ ସାହୁ,ଦିଗପହଣ୍ଡି ଥାନା ଏ. ରଘୁନାଥ ପୁର ଗ୍ରାମର ଆଦର୍ଶ ପାଢ଼ୀ ଏବଂ ବନ୍ଥ ପଲ୍ଲୀ ଗ୍ରାମର ବାପି ଓରଫ ବିରେନ୍ଦ୍ର ଗୌଡ। ଅଭିଯୁକ୍ତ ବାୟା ଓରଫ ଦିଲ୍ଲୀପ ଙ୍କ ପାଖରୁ ପୋଲିସ ଏକ ବନ୍ଧୁକ ଜବତ କରିଛନ୍ତୀ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।