କଲ୍ୟାଣ ମଣ୍ଡପ ଠାରେ ନିଯୁକ୍ତି ମେଳା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ଠାରେ ଓରମାସ ଦ୍ୱାରା ଆୟୋଜିତ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ଆଜି ଏକ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ବ୍ଲକ ସଂଯୋଜକ ସୁବ୍ରତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଶିବିରକୁ ବିଧାୟକଙ୍କ ପ୍ରତିନିଧି ପ୍ରୟାସ କାନ୍ତି ସାମଲ ଉଦ୍ଘାଟନ କରିଥିଲେ। ଆୟୋଜିତ ସଭାରେ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ବିଡ଼ିଓ ଦେବଦତ୍ତ ଦାସ, ସୁନୀଲ କୁମାର ନାୟକ, ଜ୍ଞାନ ଜେନା ପ୍ରମୁଖ ଉପସ୍ଥିତ ରହି ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ଡିପିଏମ ସଞ୍ଜୟ କୁମାର ବାରିକ, ସିତାଶୁ ଶେଖର ସାହୁ, ଜିପିଓ ମୀନକେତନ ବାରିକ, ବ୍ଲକ ହିସାବରକ୍ଷକ ଗିରିଜା ଶଙ୍କର ସାହୁ, ବିଜୟନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ୬ଗୋଟି ଉଦ୍ୟୋଗର ପ୍ରତିନିଧି ମାନେ ଯୋଗଦେଇଥିବା ବେଳେ ସେମାନଙ୍କ ନିକଟରେ ୩୧୫ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ନାମ ପଞ୍ଜିକରଣ କରିଥିଲେ। ଶିବିରକୁ ନମିତା ଦଳେଇ, କାଞ୍ଚନବାଳା ମଲ୍ଲିକ, ସୀମାରାଣୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ