କଲ୍ୟାଣ ମଣ୍ଡପ ଭିତ୍ତିପ୍ରସ୍ତର ଓ କୋଠ ଗୃହ ଉଦଘାଟନ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମାରେ କଲ୍ୟାଣ ମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଗୋପାଳ ସମାଜ କୋଠ ଗୃହ ଉଦଘାଟନ କାର୍ଯ୍ୟକ୍ରମ ଡିସେମ୍ବର ୧୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଲରେ କଲ୍ୟାଣ ମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ଗୋଳାବନ୍ଧ ଗ୍ରାମ ଗୋପାଳ ସମାଜ କୋଠ ଗୃହ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱୟରେ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଗୋଳାବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ବସନ୍ତ କୁମାର ସାମଲ , ୪୨ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ବରୀ ଖଟେଇ, ପୂର୍ବତନ ସରପଞ୍ଚ ସନାତନ ମହାରଣା ପ୍ରମୁଖ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳ ସମାଜ ସଭାପତି, ଉପସଭାପତି, ସମ୍ପାଦକଙ୍କ ସମେତ ଅନ୍ୟକର୍ମକାର୍ତ୍ତ ଓ ସମାଜ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ