କଲ୍ୟାଣ ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ନେଡ଼ିପଦର ସ୍ଥିତ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବାଳିକା ବିଦ୍ୟାଳୟ ଠାରେ ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ଅନୁବନ୍ଦିତ କନ୍ଧମାଳ ଜିଲ୍ଲା କଲ୍ୟାଣ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ରମେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସଭାପତି ବିଶିକେସନ ବାଘଙ୍କ ସମେତ ରାଜ୍ୟ ସଂଘର ପ୍ରମୋଦ ହରିଚନ୍ଦନ, ରେବା ଦାସ, ବିପିନ ବିହାରୀ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ସୁଧାର ସାହୁ ସ୍ୱାଗତ ଭାଷଣ ଓ ସରୋଜ କୁମାର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସଭା କାର୍ଯ୍ୟ ପରେ ପରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା । ସଂଘର ଆଇନ ପରାମର୍ଶ ଦାତା ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟନାୟକଙ୍କ ଅଧ୍ୟକ୍ଷତରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ଏଥିରେ ସର୍ବ ସମ୍ମତି କ୍ରମେ ଜିଲ୍ଲା ସଭାପତି ଭାବେ ନେଡ଼ିପଦର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜନ କୁମାର ପାଢୀଙ୍କୁ ସଭାପତି ଭାବେ ମନୋନିତ କରାଯାଇଥିଲା । ସୁଧୀର କୁମାର ସାହୁଙ୍କ ସାଧାରଣ ସଂପାଦକ ଭାବେ ମନୋନିତ କରଯାଇଛି । ସେହିଭଳି ମିନି ନାୟକ ଓ ରଞ୍ଜିତ ପ୍ରଧାନଙ୍କୁ  ଉପସଭାପତି , ସୁରଥ ଚନ୍ଦ୍ର ମୁନୀଙ୍କୁ ସଙ୍ଗଠନ ସଂପାଦକ, ସାରଳା ବେହେରା ଓ ତ୍ରିଲୋଚନ ପଣ୍ଡାଙ୍କୁ ଯୁଗ୍ମ ସଂପାଦକ ଭାବେ ମନୋନିତ କରାଯାଇଥିବା ବେଳେ ସାନନ୍ଦ ବେହେରା, ସୁବଳ ରଥ, ସନ୍ତୋଷ କୁମାର ଭୋଇଙ୍କୁ ଜୋନାଲ୍‌ ସଂପାଦକ , ରଶ୍ମିରଂଜନ ଶତପଥୀଙ୍କୁ କୋଷାଧ୍ୟକ୍ଷ ଏବଂ ଶୈଳବାଳା ପ୍ରଧାନଙ୍କୁ ମହିଳା ପ୍ରତିନିଧି ମାନେ ମନୋନିତ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ