କଲ୍ୟାଣ ସିଂହଙ୍କ ପରଲୋକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ। ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବିଜେପିର ଏହି ଟାଣୁଆ ନେତା ୧୯୯୧ ମସିହାରେ ପ୍ରଥମଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ୧୯୯୨ ମସିହାରେ ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲା। ଏହାରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀ ସିଂହ ସ୍କୁଲରେ ପାଠ ପଢ଼ିବା ବେଳେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସଦସ୍ୟ ବନିଥିଲେ। ସେ ୧୯୬୭ ମସିହାରେ ପ୍ରଥମଥର ପାଇଁ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ଅତ୍ରାଉଲି ଆସନରୁ ସେ ୯ଥର ବିଧାନସଭାକୁ ଯାଇଛନ୍ତି। ଭାରତୀୟ ଜନସଂଘ, ଜତନା ପାର୍ଟି, ରାଷ୍ଟ୍ରୀୟ କ୍ରାନ୍ତୀ ପାର୍ଟି ଓ ଭାରତୀୟ ଜନତା ପାର୍ଟିରୁ ସେ ବିଧାୟକ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ