କଲ୍ୟାଣ ସିଂହଙ୍କ ବିୟୋଗରେ ସଦର ବିଜେପିର ଶୋକସଭା

ବାଲେଶ୍ୱର, (ସରୋଜ ପଣ୍ଡା): ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା, ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ମହାନାୟକ କଲ୍ୟାଣ ସିଂହଙ୍କ ବିୟୋଗରେ ବାଲେଶ୍ୱର ସଦର ବିଜେପି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ଶୋକସଭାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ସୀତାକାନ୍ତ ସ୍ୱାଇଁ, ସତ୍ୟଜିତ ମିଶ୍ର, ଅରୁଣ ବେଜ, ସୁଜିତ ଦେବ,ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ବିଜୟ ପାଣିଗ୍ରାହୀ, ଦୁକୁଲ ଘୋଡେଇ, ଆଶିଷ ଘୋଷ ପ୍ରମୁଖଙ୍କ ସମେତ ବିଜେପିର ବହୁ ନେତା ଯୋଗଦେଇ ସ୍ୱର୍ଗତ ସିଂହଙ୍କ ଫଟୋଚିତ୍ର ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭାରତୀୟ ରାଜନୀତିରେ ଅନ୍ୟତମ ବିଶିଷ୍ଟ ରାଜନେତା ଭାବେ ଉତ୍ତର ପ୍ରଦେଶର ଦୁଇ ଥର ମୁଖ୍ୟମନ୍ତ୍ରୀ ହେବା ସହ ରାଜସ୍ଥାନ ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ସେ କାର୍ଯ୍ୟ କରିଥିଲେ । ରାମ ମନ୍ଦିର ନିର୍ମାଣ ପାଇଁ ତାଙ୍କର ପ୍ରୟାସ ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି ବିଜେପି ନେତାମାନେ ମତ ଦେଇଥିଲେ । ଜନ କଲ୍ୟାଣକୁ ଜୀବନର ମନ୍ତ୍ର ଗ୍ରହଣ କରି ସେ ସମସ୍ତଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି । ତାଙ୍କର ବିୟୋଗ ଭାରତୀୟ ଜନତା ପାର୍ଟି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତେ ମତ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ