କଳପଡା ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) କେନ୍ଦ୍ରାପଡା ଜିଲ୍ଲା ବୋଇତ ବନ୍ଦାଣ ସମିତି ଆନୁକୁଲ୍ୟରେ ବୋଇତ ବନ୍ଦାଣ ଉତ୍ସବ କଳପଡା ସ୍ଥିତ ଲୁଣାନଦୀ ଘାଟରେ ମହାସମାରୋହରେ ମଙ୍ଗଳବାର ପାଳିତ ହୋଇଯାଇଛି । ସମିତିର ମୁଖ୍ୟ ଉପଦେଷ୍ଟା ସୁରେନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ୱରେ ଏହି ଉପଲକ୍ଷେ ଏକ ସଭା ଲୁଣାନଦୀ ପଠାରେ ଅନୁଷ୍ଠିତ ହୋଇଥିଲା । ସଭାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ସାଂସଦ ଅନୁଭବ ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଜିଲ୍ଲାପାଳ ସମର୍ଥ ବର୍ମା,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଅଧ୍ୟାପକ ଅଜୟ କୁମାର ରାଉତ,ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନ୍ାରାଣୀ ଜେନା,ଆଇନଜୀବି ଦେବଦାସ ମହାନ୍ତି, ସ୍ଥାନୀୟ ସରପଂଚ ନିତ୍ୟାନନ୍ଦ ସେଠୀ,ସମିତି ସଭ୍ୟା ମାନିନୀ ମଳିକ,ସମାଜସେବୀ ଭଜକୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ଉପସଭାପତି ମନରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସୁନିଲ କୁମାର ଜେନା, ସମ୍ପାଦକ ପ୍ରଭାତ ରଞ୍ଜନ ସ୍ୱାଇଁ, ଅରକ୍ଷିତ ପରିଜା, ଶିବ ପ୍ରସାଦ ସାହାଣୀ, ବୈଷ୍ଣବ ଚରଣ ସ୍ୱାଇଁ, କଳ୍ପତରୁ ନାୟକ, ଗୋଲଖ ଚନ୍ଦ୍ର ସ୍ୱାଇଁ, ଲଲାଟ କେଶରୀ ସାମଲ, ଧବଳେଶ୍ୱର ବରାଳ, ବିଶ୍ୱ କେଷନ ସ୍ୱାଇଁ, ପ୍ରଶାନ୍ତ ଲେଙ୍କା, ସୁଶାନ୍ତ ସ୍ୱାଇଁ, ସରୋଜ ମହାନ୍ତି, ଶୁଭବ୍ରତ ସାହାଣୀ, ପ୍ରଫୁଲ୍ଲ କୁମାର ମଳିକ ପ୍ରମୁଖ ପରିଚାଳନା କରିଥିବା ବଳେ ଶତୃଘ୍ନ, ଜୀବନଜ୍ୟୋତି, ସିଦ୍ଧାନ୍ତ, ଅଭିଜିତ, ଭରତ, ଶୁଭେନ୍ଦୁ, ସୁଶାନ୍ତ, ପ୍ରମୋଦ, ସୁଦାମ, ରାଜେନ୍ଦ୍ର, ଶିବଶଙ୍କର, କୈଳାସ, ପ୍ରଭୁଦତ, ଦିବାକର, ସୈାମ୍ୟରଞ୍ଜନ, ତପନ ପ୍ରମୁଖ ସହଯୋଗ କରିଥିଲେ ।