କଳପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୮ତମ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମତିଥି ଅବସରରେ ଅନୁଷ୍ଠିତ ହୋଇଯାଇଛି । କଳପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଇଧର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଣ୍ଡିତ ହୃଷିକେଶ ରଥ ମୁଖ୍ୟ ଅତିଥି, ସିନେ ତାରକା ଶଙ୍କର୍ଷଣ ପ୍ରଧାନ ମୁଖ୍ୟବକ୍ତା, ସିନେ ତାରକା ଲିପିମୟୀ ଜେନା(ଡେଜି), ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ପ୍ରାକ୍ତନ ଶିକ୍ଷକ କ୍ଷୀରୋଦ କୁମାର ପଣ୍ଡା, ସୁବୁଦ୍ଧି ଚରଣ ସାହୁ, ମୋ ସ୍କୁଲ ଅଭିଯାନ ସଭାପତି ସୁରେନ୍ଦ୍ର ନାଥ ଜେନା, ସ୍କୁଲ ପରିଚାଳନା ସମିତି ସଭାପତି ସୁଶିଲ କୁମାର ଜେନା, ସରପଞ୍ଚ ପ୍ରୀତିରେଖା ସ୍ୱାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ଶର୍ମା ଅତିଥି ପରିଚୟପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ ଉତ୍କଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ କଲ୍ୟାଣୀ ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ଜୟପ୍ରକାଶ ସ୍ୱାଇଁ, ଏସଏମସି ଉପସଭାପତି, ଶିକ୍ଷୟିତ୍ରୀ ପ୍ରଭାତୀ ନାୟକ, ଆରତୀଲତା ଜେନା, ଲକ୍ଷ୍ମୀପ୍ରିୟା ପରିଡା, ତୃପ୍ତିରଞ୍ଜନ, ରଶ୍ମୀତା ନାୟକ, ସ୍ମୃତିରେଖା ସ୍ୱାଇଁ, ପ୍ରତାପ କୁମାର ସାହୁ, ମଧୁସ୍ମୀତା ବରାଳ, ପବିତ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।