କଳସ ଯାତ୍ରା ସହ ଆରମ୍ଭ ହେଲା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ରାଇକିଆ , (ଆଦିତ୍ୟ ପ୍ରସାଦ ପାଢ଼ୀ) : କନ୍ଧମାଳ ଜିଲା ରାଇକିଆ ଠାରେ ନୁତନ ଭାବେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଆରମ୍ଭ ହୋଇଛି । ପୂର୍ବାହ୍ନ ୧୦ ଟାରେ ରାଇକିଆ ଗର୍ଜନୀ ନଦୀରେ ଗଙ୍ଗା ମ।ତାକୁ ଆବାହନ କରି ୫୦୦ରୁ ଉର୍ଦ୍ଧ ମହିଳା, ଯୁବତୀମାନେ କଳସୀରେ ଜଳ ଧରି ଏକ ଶୋଭାଯାତ୍ରାରେ ବାହାରି ରାଇକିଆ ସହର ବଜାର ଅତିକ୍ରମ କରି ବେରେଡାକିଆ ଦେଇ ଯଜ୍ଞ ସ୍ଥଳରେ ଏବଂ ନାମ ମଣ୍ଡପ ନିକଟରେ କଳସ ସ୍ଥାପନ କରିଥିଲେ । ପରେ ଦୀକ୍ଷଗ୍ରହଣ ଏବଂ ଅଙ୍କୁରୋପଣ, ବୁଧବାର ବନଯୋଗ, ରତ୍ନମୁଦ, ନାମ ଯଜ୍ଞ ଆରମ୍ଭ, ଗୁରବାର କର୍ମାରମ୍ଭ, ଅଗ୍ନିସ୍ଥାପନ, ଧ୍ୟାନ୍ୟାଧିବାସ, ଶୁକ୍ରବାର ପୂଜା ହୋମ, ଦେବତା ଅଧିବାସ , ଶନିବାର ପ୍ରସାଦ ଓ ଦେବତା ମହାସ୍ନାନ , ପୂଜା ହୋମାଦି, ରବିବାର ନିତ୍ୟପୂଜା, ହୋମ,ଦେବତା ନଗର ଭ୍ରମଣ, ରାତ୍ରି ବିଗ୍ରହମାନଙ୍କ ଜୀବନ୍ୟାସ, ସୋମବାର ଦେବତା ରତ୍ନସିଂହାସନରୋଣ , ଧ୍ଵଜ ଭ୍ରମଣ, ପୂର୍ଣାହୁତି ସମେତ ସନ୍ଧ୍ୟା ୭ ଘଟିକା ଠାରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହିପରି ସାତଦିନ ଧରି ପ୍ରତିଷ୍ଠା ଉତ୍ସବ ଚାଲୁରହିବ । ଉକ୍ତ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ରାଇକିଆ ସହର । ସହରକୁ ବିରାଟ ମେଢ଼ ସାଙ୍ଗକୁ ଆକର୍ଷଣୀୟ ଆଲୋକ ମାଳାରେ ସଜା ଯାଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ମିଶି କାର୍ଯ୍ୟକ୍ରମଟିକୁ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ