କଳାକାରଙ୍କୁ କରୋନା ସହାୟତା ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ପ୍ରଶାସନ ତରଫରୁ ତାଲିମ ପ୍ରାପ୍ତ ଲୋକ କଳାକାର ମାନେ ସେମାନଙ୍କର ୧୦ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର କନ୍ଧମାଳ ଜିଲ୍ଲାପାଲଙ୍କୁ ଦେଇଛନ୍ତି । ଏଥିରେ ସେମାନେ କନ୍ଧମାଳ ଜିଲ୍ଲାରେ ଗତ ପ୍ରାୟ ୧୦ ବର୍ଷ ହେଲା ତାଲିମ ପାଇଥିବା ଗ୍ରାମାଂଚଳର ଲୋକ କଳାକାରମାନେ ସେମାନଙ୍କର ଜୀବନ ଜୀବିକା ହରାଇଥିବା କହିଛନ୍ତି । ଆଜି ସମାଜସେବୀ କୃଷ୍ଣଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଟିକାବାଲିର ସଭରାଜ ପ୍ରଧାନ,ଦାରିଙ୍ଗବାଡି ସଂସ୍କୃତି ସଂଘର ଉପ-ସଭାପତି ସୁକାନ୍ତ କୁମାର ନାୟକ,ରାଇକିଆର ଲକ୍ଷ୍ମୀକାନ୍ତ ପ୍ରଧାନ,ଘୁ.ଉଦୟଗିରିର ତ୍ରିନାଥ ସାହୁ,ଫୁଲବାଣୀ କେଦାର ଦିଗାଲ,ସୁମନ୍ତ କହଁର,ସୁବାସ ସାହୁ,ବାପୁଜୀ ନାୟକ ପ୍ରମୁଖଙ୍କ ସମେତ ଜିଲ୍ଲାର ବିଭାନ୍ନ ଅଂଚଳରୁ ଆସିଥିବା ଲୋକ କଳାକାର ମାନେ କନ୍ଧମାଳ ଅତିରିକ୍ତ ଜିଲ୍ଲପାଳ ବସନ୍ତ କୁମାର ସାହୁଙ୍କୁ କନ୍ଧମାଲ ଜିଲ୍ଲାପାଳଙ୍କ ଉଦଶ୍ୟେରେ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବୀ କରିଥିବା ଏହି ଦାବୀପତ୍ରରେ କନ୍ଧମାଳ ଜିଲ୍ଲାରେ ଜଣେ ସା୍ଥୟୀ ସଂସ୍କୃତି ଅଧିକାରୀ ନିଯୁକ୍ତି କରିବାକୁ ଦାବୀ କରାଯିବା ସହିତ ଜିଲ୍ଲାର ଲୋକ କଳାକାରମାନେ ପ୍ରଶାସନ ଦ୍ୱାରା ଲୋକଙ୍କୁ ବିଭିନ୍ନ ସଚେତନତାର ବାର୍ତା ପ୍ରଦାନ ପାଇଁ ସଚେତନ କରିବାକୁ ତାଲିମ ନେଇଥିବାବେଳେ ତାଲିମକୁ ୧୦ ବର୍ଷ ପୁରିବାକୁ ଗଲାଣି ହେଲେ ସେମାନଙ୍କୁ କୌଣସି ପ୍ରକାରର ସରକାରୀ ସଚେତନତାର କାର୍ଯ୍ୟରେ ନିୟୋଜିତ କରା ନଯିବାରୁ ସେମାନଙ୍କର ଜୀବନ ଜୀବିକା ବିପନ୍ନ ହୋଇଛି । ଅନ୍ୟପକ୍ଷରେ ବର୍ତମାନ କରୋନା ସଂକ୍ରମଣର ଯୋଗୁଁ ସେମାନଙ୍କ ପାଇଁ କୌଣସି ରୋଜଗାରର ସୁବିଧା ମିଳିପାରୁନାହିଁ । ସେଥିପାଇଁ ଏହି କଳାକାର ମାନଙ୍କୁ କରୋନା ସହାୟତା ପ୍ରଦାନ କରାଯାଉ ବୋଲି ଦାବୀ କରାଯାଇଛି । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କର ସଚେତନତା କାର୍ଯ୍ୟକ୍ରମ ଗୁଡିକ ସଚେତନତା ରଥ କିମ୍ବା ଏନଜିଓ ମାନଙ୍କ ଜରିଆରେ ନ କରାଇ ଏହି ତାଲିମ ପ୍ରାପ୍ତ ଲୋକ କଳାକରମାନଙ୍କୁ ପ୍ରଦାନ କଲେ ସେମାନଙ୍କର ଜୀବନ ଜୀବିକା ପାଇଁ ସହାୟକ ହେବ ବୋଲି କୁହାଯାଇଛି । ବେକାରୀ ଭତା ପ୍ରଦାନ କରାଯାଉଥିବା କଳାକାର ମାନଙ୍କୁ ସଠିକ୍ ଭାବରେ ଚୟନ କରାଯାଇ ଉପଯୁକ୍ତ ଲୋକଙ୍କୁ ଏହି ସୁବିଧା ପ୍ରଦାନ କରାଯିବାକୁ ଦାବୀ କରାଯାଇଛି । କଳାକାର ମାନଙ୍କ ପାଇଁ ଅସୁଥିବା ଟଙ୍କାକୁ ଜିଲ୍ଲାରେ କେତେକ ବ୍ୟବକ୍ତି ନିଜକୁ କଳାକାର ପରିଚୟ ଦେଇ ମିଥ୍ୟାରେ ସେହି ଟଙ୍କାକୁ ହଡପ କରୁଥିବାରୁ ପ୍ରକୃତ କଳାକାର ମାନେ ଏଥିରୁ ବାଦ ପଡୁଛନ୍ତି । ତେଣୁ ସଠିକ ଭାବରେ ତାଲିମପ୍ରାପ୍ତ କଳାକାରଙ୍କୁ ଚୟନ କରାଯାଇ ସେମାନଙ୍କୁ ଏହି ସୁବିଧା ପ୍ରଦାନ କରାଯାଉ । ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଅନ୍ୟାନ୍ୟ ସରକାରୀ ବିଭାଗର କରାଯାଉଥିବା ସଚେତନତା କାର୍ଯ୍ୟକ୍ରମକୁ ବାହାର ଜିଲ୍ଲାର କଳାକାରଙ୍କ ବଦଳରେ ସ୍ଥାନୀୟ କଳାକାରଙ୍କୁ ପ୍ରଦାନ କରାଗଲେ ସେମାନେ ନେଇଥିବା ତାଲିମର ସଦୁପୋଯୋଗ ହେବ ବୋଲି କୁହାଯାଇଛି । ଜିଲ୍ଲାରେ କଳାକାର ଭତା ପାଇ ନଥିବା ପ୍ରକୃତ କଳାକାର ମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ଭତା ପ୍ରଦାନ କରାଯାଉ । ପୁର୍ବରୁ ଥିବା ସଂସ୍କୃତି ଅଧିକାରୀ କାହାକୁ ଅବଗତ ନ କରି ଜିଲ୍ଲା ସ୍ତରୀୟ ଏବଂ ବ୍ଳକ ସ୍ତରୀୟ ସଂସ୍କୃତି ସଂଘର କର୍ମକର୍ତା ଚୟନ କରିଥିବାରୁ ପ୍ରକୃତ କଳାକାର ମାନେ ଏଥିୁ ବାଦ ପଡିଛନ୍ତି ତେଣୁ ସ୍ଥାୟୀ ସଂସ୍କୃତି ଅଧିକାରୀ ରହିଲେ ସେ ଜିଲ୍ଲାରେ କଳାକାରମାନଙ୍କୁ ସଠିକ ଭାବରେ ଚୟନ କରିବା ସହିତ ସେମାନଙ୍କୁ ଜିଲ୍ଲା ଓ ବ୍ଳକ ସ୍ତରେ ଚୟନ କରିବେ ବୋଲି ଉଲ୍ଲେଖ ରହିଛି ଏହି ଦାବୀ ପତ୍ରରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ