କଳାକାରଙ୍କୁ ମଂଚ ଫେରାଇଦେବା ସହ ୧୧୦୦ କୋଟି ଟଙ୍କାର ପ୍ୟାଜେକ ଦବି ଓ ଧାରଣା

ଛତ୍ରପୁର (ଦେବଦତ୍ତ ମହାରଣା): କରୋନା କଟକଣା ଧୀରେ ଧୀରେ କୋହଳ ହୋଇଥିଲେ ମଧ୍ୟ ନାଇଟ କର୍ଫ୍ୟୂ କୁ ବଳବତ୍ତର ରଖାଯାଇଛି । ଯାହା ଫଳରେ ରାଜ୍ୟରେ କୌଣସି ଯାନି ଯାତ୍ରା ହୋଇପାରୁନାହିଁ । ଏହି ଯାନି ଯାତ୍ରା ଦ୍ୱାରା କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶନ କରି ପରିବାର ପ୍ରତିପୋଷଣ କରିପାରୁଥିଲେ । ସେମାନଙ୍କୁ ମଂଚ ଫେରାଇ ଦେବା ସହ ସେମାନଙ୍କ ପରିବାର ବଂଚିବା ନିମନ୍ତେ ୧୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସମେତ ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲାର ସମସ୍ତ ବର୍ଗର କଳାକାର ମାନେ ଏକଜୁଟ ହୋଇ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସøାମବାର ପୂର୍ବାହ୍ନରେ କଳାକାର ମାନେ ସ୍ଥାନୀୟ ଅପର ବସ ଷ୍ଟାଣ୍ଡ ଠାରୁ ଢୋଲ, ଗିନି ବଜାଇ ଏକ ଶୋଭାଯାତ୍ରାରେ ସହରର ମୁଖ୍ୟ ବଜାର ଦେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ପରେ କଳାକାରଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ନିତୀ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଜିଲ୍ଲାର ଶତାଧିକ କଳାକାର ଆନ୍ଦୋଳନ କରିଥିଲେ । ଲକ ଡାଉନ ଓ ସଟ ଡାଉନ ସମୟରେ କ୍ଷତିଗ୍ରସ୍ଥ କଳାକାର ମାନଙ୍କୁ କ୍ଷତିପୂରଣ ପ୍ରଦାନ, କଳାକାର ଭତ୍ତା ୧୨୦୦ ରୁ ୩ ହଜାରକୁ ବୃଦ୍ଧି କରିବା, ଯାତ୍ରା ଚାଲୁ କରିବା ସହ ନାଇଟ କର୍ଫ୍ୟୂ ପ୍ରତ୍ୟାହାର, ଯେଉଁ କଳାକାର ମାନେ ଚଳିତ ବର୍ଷ ଋଣ ନେଇଛନ୍ତି ସେମାନଙ୍କୁ ଦୁଇ ବର୍ଷ ସମୟ ଦିଆଯାଉ, କରୋନା କାଳରେ ପାର୍ଲର, ଜିମ୍ ଓ ଅନ୍ୟ ମାନେ ବ୍ୟବସାୟ ପାଇଁ ନେଇଥିବା ଘରଭଡା ଖର୍ଚ୍ଚ ସରକାର ବହନ କରିବା, ଯଦି ସରକାର ତୃତୀୟ ଲହରରେ ସଟଡାଉନ ଓ ଲକଡାଉନ ଘୋଷଣା କରିବେ, ତେବେ ଏହି ୬ ମାସର ପ୍ୟାକେଜ ବାବଦ ପ୍ରତିମାସରେ ସମସ୍ତଙ୍କ ଜିବିକା ବହନ କରିବା ନବନିର୍ମାଣ କୃଷକ ସଂଗଠନର ଚାଷୀ ମାନଙ୍କ ସୁରକ୍ଷା ସହିତ ସମସ୍ତଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଦାବୀ କରାଯାଇଛି । ସେମାନଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ କଳାକାର ଏକତା ମଂଚ ରାଜରାସ୍ତାକୁ ଓହ୍ଲାଇ ଆମରଣ ଅନସନ କରିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି । ଦୀର୍ଘ ୪ ଘଣ୍ଟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମଧ୍ୟ ଜିଲ୍ଲାପାଳଙ୍କୁ ସେମାନଙ୍କ ଦାବି ସଂପର୍କରେ ନ ଜଣାଇପାରିଥିବାରୁ କଳାକାର ମାନେ ନିରାଶ ହୋଇ ଫେରୁଥିବା ବେଳେ ଜିଲ୍ଲାଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଙ୍କ ଗାଡି ଆଗରେ ଶୋଇ ପଡି ଗାଡିକୁ ଅଟକାଇ ଦେଇଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ ରେ ବହୁ ଗାଡି ଅଟକି ରହିଥିଲା । ଘଟଣା ସ୍ଥଳରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ପହଂଚି କଳାକାର ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କଳାକାର ମାନେ ହୋହାଲା କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କଳାକାର ମାନଙ୍କ ଆଲୋଚନା କରିବା ସହିତ ସେମାନଙ୍କ ଠାରୁ ଦାବୀ ପତ୍ର ଗ୍ରହଣ କରିଥିଲେ । ଏହି ଦାବିପତ୍ର ବେଳେ କୃଷ୍ଣ ଚନ୍ଦ୍ର ପଣ୍ଡା, ଶେଷଦେବ ନନ୍ଦ, ଇଜୁ ଆମିନ ଖାନ୍‌, ରମେଶ ମହାରଣା, ରାଜ ଗୋପାଳ ପାଢୀ, ସୁଶାନ୍ତ ପଟ୍ଟନାୟକ, ଟୁଟୁ ପାଢୀ, ଦିନବନ୍ଧୁ ଶତପଥୀ, ରବି ନାରାୟଣ ଦାସ, ସୁଶାନ୍ତ ପାଣିଗ୍ରାହୀ, ଭଗବାନ ମଲ୍ଲିକ, ମନ୍ଦାକିନି, ମାମା, ପ୍ରତିମାଙ୍କ ସମେତ ବହୁ କଳାକାର ମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ