କଳାକାରଙ୍କ ପଦଯାତ୍ରା ନିମନ୍ତେ ଭଞ୍ଜନଗର ସ୍ଥିତ ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନରେ ପ୍ରସ୍ତୁତି ବୈଠକ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଘୁମୁସର ମିଳିତ କଳାକାର ସଂଘ ତରଫରୁ ଆସନ୍ତା ମଙ୍ଗଳବାର ଦିନ ହେବାକୁ ଥିବା କଳାକାରଙ୍କ ପଦଯାତ୍ରା ନିମନ୍ତେ ଭଞ୍ଜନଗର ସ୍ଥିତ ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ଠାରେ ପ୍ରସ୍ତୁତି ବୈଠକ ହୋଇସାରିଛି । ସଂଘର ଆବାହକ ରବି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଘୁମୁସର ର କିଛି କଳାକାର ଯୋଗ ଦେଇଥିଲେ । କୋରୋନା କଟକଣା ଯୋଗୁଁ ଦୀର୍ଘ ୮ ମାସ ହେବ କଳାକାରଙ୍କ ଜୀବିକା ସତ୍ତାହିନ ହୋଇପଡ଼ିଥିବା ବେଳେ ପରିବାରର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ତେଣୁ ନିଜର କଳା ପ୍ରଦର୍ଶନୀକୁ ଅନୁମତି ଦେବା ଏବଂ ନାଟକ, ମେଲୋଡି , ଭଜନ ସମାରୋହ ସହିତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେବା ଦାବି ନେଇ ଘୁମୁସର ଅଞ୍ଚଳର ସମସ୍ତ କଳାକାର ବାଉଁସଲୁଣ୍ଡୀ ସ୍ଥିତ ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ଠାରୁ ବାହାରି ଭଞ୍ଜନଗର ସହର ର ମୁଖ୍ୟ ରାସ୍ତା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି । ମଞ୍ଚ କଳାକାର, ଲୋକନାଟକ, ବ୍ୟାଣ୍ଡ୍, ଡିଜେ ଏବଂ ଯାତ୍ରା ଜଗତର କଳାକାର ଏହି ବୈଠକ ରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ