କଳାକାର ପରିଚିତ ଗ୍ରନ୍ଥ ପାଇଁ ପ୍ରସ୍ତୁତି ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ): ମା ବିଶ୍ୱତାରିଣୀ କଳାକାର ପରିଷଦର ହାଟଡିହିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ସ୍ଥାନୀୟ ସତସଙ୍ଗ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଧିକାରୀ ନାୟକଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ମୁଖ୍ୟତଃ କଳାକାର ମାନଙ୍କର ପରିଚିତ ଗ୍ରନ୍ଥ ପ୍ରକାଶ ପାଇବା, ସଂଗଠନକୁ ସୁଦୃଢ଼ କରିବା ଓ ବାର୍ଷିକ ଉତ୍ସବ ପାଳନ କରିବା ଉପରେ ଆଲୋଚନା ହୋଇଥିଲା । ଆସନ୍ତା ଏପ୍ରିଲ ମାସରେ ଏହି ବାର୍ଷିକ ଉତ୍ସବ ପାଳନ କରାଯିବା ସହ ‘କଳାକାର ପରିଚିତ ଗ୍ରନ୍ଥ’ ପ୍ରକାଶ କରାଯିବାକୁ ନିଷ୍ପତି ନିଆଯାଇଥିଲା । ନିର୍ଦ୍ଧାରିତ ଫର୍ମରେ କଳାକାର ମାନେ ସେମାନଙ୍କର ସମ୍ପୁର୍ଣ୍ଣ ବିବରଣୀ ସହିତ କର୍ମକର୍ତ୍ତାଙ୍କ ନିକଟରେ ଦାଖଲ କରିବାପରେ ସମ୍ପାଦନା ମଣ୍ଡଳୀଦ୍ୱାରା ଚୟନ ଗ୍ରନ୍ଥକୁ ପ୍ରକାଶ କରାଯିବା ନେଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସ୍ଥିର କରାଯାଇଥିଲା । କେନ୍ଦୁଝର ଜିଲ୍ଲାର କଳାକାର ମାନେ ସମ୍ପାଦନା ମଣ୍ଡଳୀର ସଦସ୍ୟ ରତ୍ନାକର ଦାସ, ଦିବାକର ବାରିକ, ଉପେନ୍ଦ୍ର ମିଶ୍ର, କିଶୋର ଚନ୍ଦ୍ର ମହାନ୍ତି, ପ୍ରଭାକର ପାଣି, ସନ୍ଧ୍ୟାରାଣୀ ପଣ୍ଡା, ଅଧିକାରୀ ନାୟକ, ଇଶ୍ୱର ଚନ୍ଦ୍ର ଦାଶ, ଶିବ ଚରଣ ବାରିକ ପ୍ରମୁଖଙ୍କୁ ଯୋଗାଯୋଗ କରିବା ନେଇ ସୁଚନା ଦିଆଯାଇଛି । ଏହି ଅବସରରେ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ