କଳାକାର ପରିବାର ତରଫରୁ ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର): ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟ ପରିସରରେ ଓଡ଼ିଆ ସିନେମା ଜଗତର ମହାନାୟକ ଉତ୍ତମ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି. ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅମ୍ଲାନ ଆତ୍ମାର ସଦଗତି ନିମନ୍ତେ ସର୍ବପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା. ସନ୍ତୋଷ ମହାନ୍ତି, ଭାଗବତ ପଣ୍ଡା, ଅନ୍ନଦା ଶଙ୍କର ଦାଶ, ଚିନ୍ମୟ କୁମାର ଦାସ ପଟ୍ଟନାୟକ, ଡଃ ପ୍ରକାଶ ଚନ୍ଦ୍ର ଦାଶ, ସତ୍ୟାନନ୍ଦ ଶେଜପଡା, ଫାଲ୍ଗୁନୀ ମହାନ୍ତି ପ୍ରମୁଖ ଉତ୍ତମ ମହାନ୍ତିଙ୍କ ଜୀବନ ଶୈଳୀ ଏବଂ ତାଙ୍କ ସହିତ କଟେଇଥିବା ସମୟ ଉପରେ ଆଲୋକପାତ କରିଥିଲେ. ବନ୍ଧୁ ଧୀର ବସା କଲେଜ ସମୟରେ ଡ୍ରାମାରୁ ଅଭିନୟ ଆରମ୍ଭ କରି ଅଭିମାନ ଚଳଚିତ୍ର ରେ ଅଭିନୟ ପରେ ଜଣେ ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କର ସୁଦୀର୍ଘ ଯାତ୍ରା ବିଷୟରେ ବର୍ଣ୍ଣନା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ରଣଜିତ କୁମାର ସାହୁ, ପ୍ରସନ୍ନ କୁମାର ମହାନ୍ତି, ଜଗଦୀଶ ଚନ୍ଦ୍ର ଦାସ, ବ୍ରିଜେନ୍ଦ୍ର କୁମାର ରାଉତ, ସରୋଜ କୁମାର ଶତପଥି, ଗୁହିରାମ ଜେନା, ମହେଶ କୁମାର ସାହୁ, ଧନଞ୍ଜୟ ସାହୁ କୁନ୍ଦନଲାଲ ଭଞ୍ଜଦେଓ, ସୁବ୍ରତ କୁମାର ଦେ, ଜ୍ଞାନରଞ୍ଜନ ପଣ୍ଡା, ରାଜେଶ କୁମାର ଦାଶ, ସୁଧୀର କୁମାର ନାୟକ, ପ୍ରଦୀପ କୁମାର ସରଘରିଆ, ସୋମନାଥ ସିଂହ, ଅସିତ କୁମାର ଗିରି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ