କଳାକାର ପ୍ରଶିକ୍ଷଣ କେନ୍ଦ୍ର ‘ଦେବ୍ସ ଆକ୍ଟର ଫ୍ୟାକ୍ଟ୍ରି’ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରରେ ଆଶାୟୀ କଳାକାରଙ୍କ ପ୍ରଶିକ୍ଷଣ ନିମନ୍ତେ ଓଡିଆ ଚଳଚ୍ଚିତ୍ର ଅଭିନେତା ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ କଳାକାର ପ୍ରଶିକ୍ଷଣ କେନ୍ଦ୍ର ‘ଦେବ୍ସ ଆକ୍ଟର ଫ୍ୟାକ୍ଟ୍ରି’ ବିବେକାନନ୍ଦ ମାର୍ଗରେ ଉଦଘାଟିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ‘ଦେବ୍ସ ଆକ୍ଟର ଫ୍ୟାକ୍ଟ୍ରି’କୁ ଉଦଘାଟନ କରିଥିଲେ । ବାଲେଶ୍ୱର ଜିଲା କଳା ଓ ସଂସ୍କୃତିରେ ଭରପୂର ହୋଇଥିବା ବେଳେ ଲୋକଲୋଚନରେ ଉହାଡ଼ରେ ରହିଯାଉଥିବା କଳାକାରମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନରେ ଏହି ଅନୁଷ୍ଠାନ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରଥିଲେ । ବାଲେଶ୍ୱର ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, କଳା ସଂଗଠକ ରାଜେନ୍ଦ୍ର ରାଉତ, ଶିକ୍ଷାବିତ ସଞ୍ଜୟ ସାହୁ, ଜ୍ୟୋତିର୍ବିଦ୍ ପଣ୍ଡିତ ମନ୍ମଥ ମିଶ୍ର, ଚଳଚ୍ଚିତ୍ର ନିର୍ମାତା ସୁମନ୍ତ ଦେ ଏଥିରେ ଯୋଗଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଉତ୍ତର ଓଡ଼ିଶାର କଳାକାରମାନେ ନିଜର ଭବିଷ୍ୟତ ନିର୍ମାଣରେ ନାନାଦି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ‘ଦେବ୍‌ସ ଆକ୍ଟର ଫ୍ୟାକ୍ଟ୍ରି’ ହିଁ ସେମାନଙ୍କ ପାଇଁ ପଥ ପ୍ରଦର୍ଶକ ହେବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଅନୁଷ୍ଠାନର ମୁଖ୍ୟ ଦେବବ୍ରତ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ନୂତନ ଭାବେ ଜନ୍ମ ନେଇଥିବା ଅନୁଷ୍ଠାନର ସଫଳତା କାମନା ସହ ଅତିଥି ଓ କର୍ମକର୍ତ୍ତାମାନେ କେକ କାଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ