କଳାକାର ବିଜୟ ପାତ୍ରଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ତଥା ଘୁମୁସର ଅଞ୍ଚଳର ଅତି ପରିଚିତ ଅପ୍ରତିତ୍ୱନ୍ଦି କଳାକାର ଏବଂ ଗୀତିକାର ସ୍ୱର୍ଗତ ଚିନଂ ବିଜୟ କୁମାର ପାତ୍ରଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ବେଲଗୁଣ୍ଠା କଂସାରୀ ସାହିସ୍ଥିତ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଅଛି ।ସ୍ୱର୍ଗତ ପାତ୍ରଙ୍କ ପରିବାର ତରଫରୁ ହୋଇଥିବା ଏହି ସ୍ମୃତି ସମାରୋହରେ ବିଶିଷ୍ଟ ଶିକ୍ଷାବିତ୍ ତଥା ବେଲଗୁଣ୍ଠା ଜି.ଟି ହାଇସ୍କୁଲ ପୁର୍ବତନ ପ୍ରଧାନ ଶିକ୍ଷକ ହୟଗ୍ରୀବ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ନାଟ୍ୟକାର ତଥା ସଙ୍ଗୀତକାର ସୁରେନ୍ଦ୍ରନାଥ ସାହୁ(ସୁର ଭାଇ),ବିଶିଷ୍ଟ ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା, ଶିକ୍ଷାବିତ ତଥା ମଞ୍ଚ କଳାକାର ରବୀନ୍ଦ୍ରନାଥ ଚୌଧୁରୀ,ଅବସରପ୍ରାପ୍ତ ଆଇନଜୀବୀ ବିପିନବିହାରୀ ସାହୁ,ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା,କଳାକାର ଡି.ହରେରାମ ବିନ୍ଧାଣିରା,ଗୀତିକାର ମୋତିଲାଲ୍ ପତି,ଅବସରପ୍ରାପ୍ତ ଶିକ୍ଷକ ଶରତଚନ୍ଦ୍ର ପତି ପ୍ରମୁଖ ମଞ୍ଚାସୀନ ଥିଲେ ।ଘୁମୁସର ଅଞ୍ଚଳର ଜଣେ ପୋଖତ କଳାକାର ଭାବେ ସ୍ୱର୍ଗତ ବିଜୟଙ୍କ କଳାନୈପୁଣ୍ୟ ସଂପ୍ରତି ବିରଳ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ତାଙ୍କ ପରି ଜଣେ କଳାକାର ସ୍ଥାନ ଆଜିର ଯୁଗରେ ଅପୁରଣୀୟ ବୋଲି ଆଲୋଚନା ହୋଇଥିଲା ।ଏହି ଅବସରରେ ତାଙ୍କ ପାଞ୍ଚ ପୁତ୍ରଙ୍କ ଦ୍ୱାରା ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରେସ୍ କ୍ଳବ, ବେଲଗୁଣ୍ଠା ଏନ୍.ଏ.ସି,ବିଭିନ୍ନ ମନ୍ଦିର, ବିଭିନ୍ନ ଘରୋଇ ସଂଘ ଇତ୍ୟାଦି ସହ ଜଡିତ ଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ଵର୍ଧନା ଦିଆଯାଇଥିଲା ।ବେଲଗୁଣ୍ଠା ସହରରେ ନୁଆ ନୁଅ କଳାକାର ସୃଷ୍ଟି କରିବା ପାଇଁ ଏହି ମଞ୍ଚର ଗୁରୁତ୍ୱ ରହିଛି ବୋଲି ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଆସିଥିବା କଳାକାରମାନେ ମତ ରଖିଥିଲେ ।ପରିଶେଷରେ କଳାକାରମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ ଏବଂ ଅତିଥି ମାନେ କୃତି କଳାକାରମାନଙ୍କୁ ପୁରସ୍କୃତ କରିଥିଲେ ।ସମ୍ପୂର୍ଣ୍ଣ କାର୍ୟ୍ୟକ୍ରମକୁ ମଞ୍ଚ କଳାକାର ରବୀନ୍ଦ୍ରନାଥ ଚୌଧୁରୀ ଓ ଅଜିତ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ସ୍ୱର୍ଗତ ପାତ୍ରଙ୍କ ପାଞ୍ଚ ପୁତ୍ର ଚିନଂ ମନୋରଞ୍ଜନ ପାତ୍ର, ଚିନଂ ମହେନ୍ଦ୍ର ପାତ୍ର, ଚିନଂ ଲିଙ୍ଗରାଜ ପାତ୍ର, ଚିନଂ ଜିତେନ୍ଦ୍ର ପାତ୍ର, ଚିନଂ ଜତିନ୍ ପାତ୍ର, ଜାମାତା ଟି.ପ୍ରଶାନ୍ତ ସରାବ ପ୍ରମୁଖ ପରିଚାଳନା କରିଥିଲେ ।


