କଳାକାର ବିଜୟ ସାମଲ ପାଇଲେ ଓଡିଶାରତ୍ନ ସମ୍ମାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସଂଙ୍ଗୀତ ମୂର୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ ପକ୍ଷରୁ ରାଜ୍ୟର କଳା କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରତିଭାମାନଙ୍କୁ ସମ୍ମାନୀତ କରାଯାଇଛି । ଏହି ଅବସରରେ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଉତ୍ସବରେ ଓଡିଶାର ଖାତିସମ୍ପନ୍ନ କଳାକାର ତଥା କେନ୍ଦ୍ରାପଡା ଜିଲ୍ଲାର ବିଜୟ କୁମାର ସାମଲଙ୍କୁ “ଓଡିଶା ରତ୍ନ”ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଉପଲକ୍ଷେ ଓଡିଶା ସଂସ୍କୃତି କଳା ଏକାଡେମୀର ପ୍ରତିଷ୍ଠାତା ସଭାପତି ବସନ୍ତ କୁମାର ଦାସଙ୍କ ପୈାରହିତ୍ୟରେ ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କଳାକାର ତଥା ସଂଗୀତ ମୁର୍ଛନାର ନିର୍ଦେଶକ ଦୀନେଶ କୁମାର ମଲ୍ଲିକ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି, ବିଶିଷ୍ଟ ଗିତିକାର ଓ ନିର୍ଦେଶକ ଶ୍ରୀକାନ୍ତ ଗୈାତ୍ତମ ମୁଖ୍ୟବକ୍ତା ଏବଂ ଚଳଚିତ୍ର ନିର୍ଦେଶକ ଅଶୋକ ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କଳାକାର ଶ୍ରୀ ସାମଲଙ୍କୁ ମାନପତ୍ର, ଉପଢୈାକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ “ଓଡିଶା ରତ୍ନ”ସମ୍ମାନରେ ସମ୍ମାନୀତ କରିଥିଲେ । ଏଥିପାଇଁ କେନ୍ଦ୍ରାପଡା ଜିଲ୍ଲା ତଥା ଡେରାବିଶି ବ୍ଲକର ବହୁ କଳାପ୍ରେମୀ ଶ୍ରୀ ସାମଲଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।