କଳାକାର ସଂଘ ବୈଠକ, କରୋନା କାଳରେ ସରକାରଙ୍କ ଅଣଦେଖା ନେଇ ଅସନ୍ତୋଷ

ହାଟଡିହି (ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା କଳାକାର ସଂଘର ଏକ ଜରୁରୀ ବୈଠକ ଅଣାଧୁନୀ ମଠ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ତପନ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସମ୍ପାଦକ ଆର.କେ ହିରାଲାଲ, ରାଜ୍ୟ ନିର୍ମାଣ ଶ୍ରମିକ ସଂଘର ସଂଯୋଜକ ଶେଷଦେବ ନନ୍ଦ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସନାତନ ବେହେରା, ବ୍ଲକ କଳାକାର ସଂଘ ସଭାପତି ଅଧିକାରୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ସମୟରେ କଳାକାର ମାନେ ନାନା ସମସ୍ୟାଦେଇ ଗତିକରୁଥିଲେବି ସରକାର ସେମାନଙ୍କୁ ଅଣଦେଖା କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଅନେକ କଳାକାର ପେଟ ପୋସିବାପାଇଁ କିଏ ପରିବା ବିକ୍ରୀ କରୁଛି ତ ଆଉ କିଏ ପାନ ଜଳଖିଆ ଦୋକାନ କଲେଣି । ଏପରିସ୍ଥଳେ ସରକାର ୨ହଜାର ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେବା ସହିତ କଳାକାର ମାନଙ୍କୁ ଆର୍ଥକ ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ । ସଂଘ ପକ୍ଷରୁ ଆସନ୍ତା ୯ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୬ଦଫା ଦାବିନେଇ ଦାବିପତ୍ର ପ୍ରଦାନ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । ଏହି ବୈଠକରେ ଶରତ ବେହେରା, ଧ୍ରୁବ ଚରଣ ଜେନା, ତପନ ଜେନା, ବୀରକିଶୋର ଜେନା, ଶଶିକାନ୍ତ ରାଉତ, ସଞ୍ଜୁଲତା ରାଉତ, ରତ୍ନାକର ବେହେରା, ଶ୍ରୀକାନ୍ତ ଜେନା, ନିରଞ୍ଜନ ଜେନା, ଉଦୟନାଥ ଜେନା, ବଳରାମ ସା, ପ୍ରଫୁଲ ବେହେରା, ତିଳୋତ୍ତମା ବାରିକ, ମନୋରମା ବାରିକଙ୍କ ସମେତ ଅନେକ କଳାକାର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ