କଳାଦିବସ ପାଳନ କଲା ଚାଷୀ ସଂଗଠନ

ଜମନକିରା, (ଲିପନ ନାଏକ):ସାରା ଦେଶରେ ଉତ୍ତରପ୍ରଦେଶ ଲକ୍ଷିମପୁର କ୍ଷେରୀ ଚାଷୀ ହତ୍ୟାକାଣ୍ଡ କୁ ନେଇ ଆଜି ଅକ୍ଟୋବର ୩ ତାରିଖକୁ କଳା ଦିବସ ଭାବେ ପାଳନ କରାଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢିପା ଭାଗ୍ୟଲକ୍ଷ୍ମୀ ସଂଗଠନ ତରଫରୁ , କେନାଢିପା ଯାତ୍ରା ମଣ୍ଡପରେ ଠାରେ ମଧ୍ୟ କଳା ଦିବସ ପାଳନ କରାଯାଇଥିଲା। ସଂଗଠନ ର ସଭାପତି ତ୍ରିଲୋଚନ ପଟେଲ ଉକ୍ତ ସଭାରେ ସଭାପତିତ୍ୱ କରିଥିବାବେଳେ ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତି ର ଆବାହକ ଅଶୋକ ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଲକ୍ଷିମପୁରେ ଚାଷୀଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିଷୟରେ ଆଲୋକପାତ କରିଥିଲେ। କେନାଢିପା ଏବଂ ମହଦା ପଞ୍ଚାୟତ ର ଶତାଧିକ ଚାଷୀ ମୁଣ୍ଡ ରେ କଳା ଫିତା ବାନ୍ଧି, ହାତରେ ପ୍ଲାକାର୍ଡ ଧରି ସଭାରେ ପ୍ରତିବାଦ କରିଥିଲେ ।ସଭା ପ୍ରାରମ୍ଭରେ ଲକ୍ଷିମପୁର କ୍ଷେରୀ ରେ ପ୍ରାଣ ହରାଇଥିବା ଚାଷୀ ଙ୍କ ସ୍ମୃତି ରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ପରେ ବୈଠକ ରେ,ଏମ୍ଏସପି ବୃଦ୍ଧି ,ଜମିକୁ ଜଳସେଚନ, ଚାଷୀ କୁ ପ୍ରତ୍ୟେକ ମାସ ଦଶ ହଜାର ଟଙ୍କାର ପେନସନ, ବିଦ୍ୟୁତ ବିଲ୍ ର ସଂଶୋଧନ , ପ୍ରାଇଭେଟ୍ ବୀମା କମ୍ପାନୀ ହଟାଇବା, ବିଭିନ୍ନ ପ୍ରକାରର ଦାବି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସରପଞ୍ଚ କଲ୍ୟାଣୀ ନାଏକ, ତରୁଣୀ ନାୟକ,ସଂଗଠନର ସମ୍ପାଦକ ରାଜକିଶୋର ବେହେରା, ରାଜେଶ ନାୟକ,ହରେଶ ପଟେଲ, ଅଲେଖ ପଟେଲ, ବିରେନ୍ଦ୍ର ପଟେଲ, ପିଣ୍ଟୁ ନାୟକ, ଶୁଶିଲ ପଟେଲ,ପ୍ରଭତ ନାୟକ , ପ୍ରକାଶ ନାୟକ, ସିମନ୍ତ ସାହୁ, ଦିଲୀପ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ