କଳାପାଣି କୋଉଠି

ବହୁ ଦୂର ନୁହେଁ
କଳାପାଣି ଦଣ୍ଡ
କବାଟ ଖୋଲିଲେ ମିଳିଲାଣି,
ଆମରି ଘରର
ଅଳିଆ ପାଣିରେ
ଜଳଜଳ ଏହା ଭାସିଲାଣି ।

ଘରର ଅଳିଆ
ପଡି ପଚି ଷଢି
ଦୀପପୁଞ୍ଜ ପ୍ରାୟ ଦିଶିଲାଣି,
ମଲା ଜୀବ ଜନ୍ତୁ
କୁଢ କୁଢ ପଡି
ଦୁର୍ଗନ୍ଧରେ ନାକ ଫାଟିଲାଣି ।

ମଶା ମାଛି କୀଟ
ଅଦୃଶ୍ଯ ଜୀବାଣୁ
ବଂଶ ଭୟଙ୍କର ବଢିଲାଣି,
ଜଳ ବାୟୁ ରୋଗ
ନର୍ଦ୍ଦମାରୁ ଡେଇଁ
ଆମ ଘରେ ଏବେ ପଶିଲାଣି ।

ଥଣ୍ଡା କାଶ ଜ୍ଜର
ଶ୍ବାସ ଝାଡା ବାନ୍ତି
କୁରୁମି ଜଣ୍ଡିସ ବ୍ୟାପିଲାଣି,
ମହାମାରୀ ସାଜି
ମୁଣ୍ଡ ଗଡାଉଛି
ସମସ୍ତଙ୍କୁ ଚିନ୍ତା ଘାରିଲାଣି ।

ଆମ ଦୋଷ ପାଇଁ
ଆମେ ହିଁ ଭୋଗିବା
କଳାପାଣି ଦଣ୍ଡ ନୂହେଁ ଦୂରେ,
ସହରୀ ନର୍ଦ୍ଦମା
ସଫା ନରଖିଲେ
କଳାପାଣି ସଜ୍ଜା ନିଜ ଘରେ ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ