କଳାବାଲି ପରିବହନକୁ ନେଇ ପୁଣି ବିବାଦ ; ଆନ୍ଦୋଳନକୁ ଓହ୍ଲାଇଲେ ଟ୍ରକ ମାଲିିକ ସଂଘ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ ଆଇଆରଇଏଲ କମ୍ପାନୀ ପରିସରରେ କଳାବାଲି ପରିବହନକୁ ନେଇ ପୁଣି ବିବାଦ ଦେଖାଦେଇଛି । ସ୍ଥାନୀୟ ଅଂଚଳ ର ଟ୍ରକ ମାଲିକ ମାନଙ୍କୁ ଏହି କାର୍ଯ୍ୟରେ ସାମିଲ ନ କରାଯାଇ ଅନ୍ୟ ଅଂଚଳର ଟ୍ରକ ମାଲିକ ମାନଙ୍କୁ ପରୁବହନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏନେଇ ସ୍ଥାନୀୟ ଟ୍ରକ ମାଲିକ ମାନେ ତଥା ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ପକ୍ଷରୁ ବାରମ୍ବାର ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନଙ୍କ ନିକଟରେ ଗୁହାରୀ ଜଣାଇଥିଲେ ସୁଦ୍ଧା ଏହାର କୈାଣସି କାର୍ଯ୍ୟକାରୀ ହୋଇନାହିଁ । ଯାହା ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାଲିକ ମାନେ ଟ୍ରକ ଗୁଡିକୁ କିଣି ଖାଲିରେ ପକାଇ ରଖିବା ଫଳରେ ସେମାନେ ମାସିକ କିସ୍ତି ବାନ୍ଧିବାରେ ଅସମର୍ଥ ହେଉଛନ୍ତି ଏବଂ ସେମାନଙ୍କର ପରିବାର ପ୍ରତିପୋଷଣ କରିବାରେ ମଧ୍ୟ ବାଧା ଉପୁଜିଛି । ଆଇଆରଇଏଲ କମ୍ପାନୀ ପକ୍ଷରୁ କଳାବାଲି ପରିବହନ ନିମନ୍ତେ ସେମାନଙ୍କୁ ଲୋଡ୍ ମିଳୁନଥିବାରୁ ଏହାକୁ ବିରୋଧ କରି ସେମାନେ ଗତ ୧୭ ତାରିଖରେ ଆନ୍ଦୋଳନ କୁ ଓହ୍ଲାଇଥିଲେ । କିଛି ଘଣ୍ଟା ନିମନ୍ତେ କଳାବାଲି ପରିବହନ ନିମନ୍ତେ ନିୟୋଜିତ ହୋଇଥିବା ଅନ୍ୟ ଟ୍ରକ ମାଲିକ ସଂଘ ଗାଡି ଗୁଡିକ ଚଳାଚଳ ବନ୍ଦ କରିବା ନିମନ୍ତେ ରାସ୍ତା ମଧ୍ୟ ଅବରୋଧ କରାଯାଇଥିଲେ । ଏନେଇ ସ୍ଥାନୀୟ ଟ୍ରକ ମାଲିକ ସଂଘ ଓ ଅନ୍ୟ ଟ୍ରକ ମାଲିକ ସଂଘ ମଧ୍ୟରେ ଉତ୍ତେଜନା ହେବା ସହ ଉଭୟ ସଂଘ ମଧ୍ୟରେ ହାତାହାତି ହୋଇଥିଲା । ଏ ସଂକ୍ରାନ୍ତରେ ଚମାଖଣ୍ଡି ଥାନା ରେ ମଧ୍ୟ ଦୁଇଟି ଏତଲା ଦାୟର ହୋଇଥିଲା । ପୋଲିସ ପକ୍ଷରୁ ଉପଯୁକ୍ତ ତଦନ୍ତ ନ କରି ମିଥ୍ୟା ମକଦ୍ଦମା ରୁଜୁ କରି ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘର ୪ଜଣ ସଦସ୍ୟ ମାନଙ୍କୁ ଗିରଫ କୋର୍ଟ ଚାଲାଣ କରିଥିଲେ ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ତେବେ ଏହାର ପୁନରାବୃତ୍ତି ଘଟିବାରୁ ପୁଣି ଗୋପାଳପୁର ପୋର୍ଟ ମାଲିକ ସଂଘର କର୍ମକର୍ତ୍ତା ମାନେ ଏହାକୁ ବିରୋଧ କରିଛନ୍ତି । ଏନେଇ ଶୁକ୍ରବାର ପୁଣି ଗୋପାଳପୁର ପୋର୍ଟ ମାଲିକ ସଂଘର ୪ ଜଣ ସଦସ୍ୟଙ୍କୁ ଖାଲି ଖାଲିରେ ପାଲିସ୍ ଉଠାଇ ନେବା ସହ ସେମାନଙ୍କୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଇଆରଆଇ କମ୍ପନୀରୁ କଛି ଟ୍ରକଙ୍କୁ ପରିବହନ ନିମନ୍ତେ ଦେବା ନିମନ୍ତେ ଦୁଇ ଟ୍ରକ ସଂଘ ମଧ୍ୟରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହାର କାର୍ଯ୍ୟକାରୀ କରାଯାଇ ନଥିବାରୁ ଏହାର ପ୍ରତିବାଦରେ ଆଜି ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବା ସହ କିଛି ଗାଡିକୁ ମଧ୍ୟ ଅଟକ ରଖିଥିଲେ । ଏହାର ସୂଚନା ପାଇ ଚମାଖଣ୍ଡି ଥାନାଅଧିକାରୀ ସିତାଂଶୁ ଶେଖର ମାନ୍ଧାତା, ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ ଏବଂ କିଛି ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ସେଠାରେ ଆନ୍ଦୋଳନରତ ଟ୍ରକ ମାଲିକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ସେମାନେ କହିଥିଲେ ଯେ ଆମେ ଲକ୍ଷ ଲକ୍ଷ ଟଙ୍କା ଗାଡି କିଣିଛୁ ମାତ୍ର କାମ ନଥିବାରୁ ସେମାନଙ୍କ ଫାଇନାନ୍ସ ବାନ୍ଧିବାରେ ଅସମର୍ଥ ହେଉଛୁ । ଆମକୁ ଜିଲ୍ଲାପ୍ରଶାସନ ଜାଣିଶୁଣି ଅବହେଳା କରୁଛନ୍ତି । ଆମକୁ କାମ ଯୋଗାଇବା ନିମନ୍ତେ ସେମାନେ ବାରମ୍ବାର ପ୍ରଶାସନ କୁ ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ମିଥ୍ୟା ପ୍ରତିଶୃତି ଦେଇ ସେମାନଙ୍କୁ ଭଣ୍ଡାଇ ଦେଉଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ନିମନ୍ତେ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି । ଏହାସହିତ ପୋଲିସ ଆଜି ଉଠାଇଥିବା ୪ଜଣ ଟ୍ରକ ମାଲିକଙ୍କୁ ତୁରନ୍ତ ଛାଡିବା ନିମନ୍ତେ ମଧ୍ୟ ସେମାନେ ଦାବୀ କରିଥିଲେ । ନଚେତ୍ ଆଗାମୀ ଦିନରେ ବଡ ଆନ୍ଦୋଳନ କରାଯିବ ବୋଲି ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ