କଳାବୁଦା ଗାଦି ପୀଠ ଠାରେ ସାମ୍ୱାଦିକ ସଂଘର କର୍ମକର୍ତ୍ତା ଚୟନ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ସୋରଭା ପଞ୍ଚାୟତର ଓଟାଙ୍ଗ ଗ୍ରାମ ସ୍ଥିତ ଐତିହାସିକ କଳାବୁଦା ଗାଦି ପୀଠରେ କୋଣାର୍କ ଅଞ୍ଚଳର ସାମ୍ୱାଦିକ ମାନଙ୍କୁ ନେଇ ନବଗଠିତ କୋଣାର୍କ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସାଂଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଅବନୀ ଭୂଷଣ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାଂଗଠନିକ ବୈଠକରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ର ସାମଗ୍ରିକ ବିକାଶ ପାଇଁ ଜନତା ଓ ପ୍ରଶାସନ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବା ସହ କୋଣାର୍କର ସାମୁହିକ ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ଦିଗରେ ସହଭାଗିତା ନୀତି ଅବଲମ୍ବନ କରିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ଏହି ବୈଠକରେ ସର୍ବସମ୍ମତି କ୍ରମେ ଆଲୋଚନା ଓ ନିଷ୍ପତ୍ତି ଗ୍ରହଣ କରାଯାଇ ସଭାପତି ଭାବେ ଭାଗୀରଥୀ ସ୍ଵାଇଁ, ଉପ ସଭାପତି ଭାବେ ଅଜିତ କୁମାର ମଲ୍ଲିକ, ସଂପାଦକ ଭାବେ ପ୍ରକାଶ କୁମାର କାଣ୍ଡି, କୋଷାଧ୍ୟକ୍ଷ ଭାବେ ସୁକାନ୍ତ କୁମାର ବିଶ୍ବାଳ, ସହ ସଂପାଦକ ଭାବେ ଜ୍ଞାନ ରଞ୍ଜନ ବିଶ୍ବାଳ, ସାଂସ୍କୃତିକ ସଂପାଦକ ଭାବେ ପ୍ରମୋଦ କୁମାର ଗୋଛାୟତ, ମିଡିଆ ସଂଯୋଜକ ଭାବେ ଆଶିଷ ରଞ୍ଜନ ମିଶ୍ରଙ୍କୁ ମନୋନୀତ ପୂର୍ବକ ସଂଗଠନ ପକ୍ଷରୁ ଦାୟିତ୍ବ ଅର୍ପଣ କରାଯାଇଥିଲା। ସଂଗଠନର ନୂତନ କର୍ମକର୍ତ୍ତା ଓ ସଭ୍ଯ ମାନେ କଳାବୁଦା ଗାଦି ବାବା ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଏହି ସାଂଗଠନିକ ବୈଠକରେ ସଂଗଠନକୁ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ସାମଗ୍ରିକ ବିକାଶ ପାଇଁ ନବଗଠିତ କୋଣାର୍କ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ନୂତନ କର୍ମକର୍ତ୍ତା ମାନେ ବଜ୍ର ଶପଥ ଗ୍ରହଣ କରିଥିଲେ। ଏହି ବୈଠକରେ ସଂଗଠନର ସଭ୍ୟ ଅବନୀ ଭୂଷଣ ବାରିକ, ସନ୍ତୋଷ କୁମାର ଗୋଛାୟତ, ପ୍ରତାପ କୁମାର କାଣ୍ଡି, ରଞ୍ଜିତ ନାୟକ, ଅଜିତ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ ।


