କଳାଭୂମି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କର୍କଟ ରୋଗୀଙ୍କୁ ସହାୟତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସଂସ୍କୃତି ବିଶ୍ୱର ଆଧାର ନ୍ୟାୟରେ ଆୟୋଜିତ ହୋଇଯାଇଛି ମହାବିଷୁବ ସଂକ୍ରାନ୍ତି ର ଉଦଯାପନୀ ସନ୍ଧ୍ୟା,ସଂସ୍କୃତି ଓ ପରମ୍ପରା ମହାମିଳନ ଦେଖିବାକୁ ମିଳିଥିଲା ପଟିଆ ଆଦର୍ଶ ବିହାର ଠାରେ ।କଳାଭୂମିର ଅଧ୍ୟକ୍ଷ ଯୁବ ବଂଶୀବାଦକ ପ୍ରମୋଦ ପତିଙ୍କ ସଭାପତିତ୍ୱ ଓ ଇଂ ମିଲନ ଘଟୁଆରିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସମ୍ମାନୀତ ଅତିଥି ଭାବେ ଉକ୍ତ ୱାର୍ଡର କର୍ପୋରେଟର ମିହିର କୁମାର ରାଉତ,ସମାଜସେବୀ ଅନ୍ନପୂର୍ଣ୍ଣା ଦେବୀ,ଏସିପି ବିଷ୍ଣୁପ୍ରସାଦ ପାତ୍ର,ବିଜେପି ନେତା ପବିତ୍ର ମୋହନ ଦାସ,ପ୍ରଯୋଜକ ଶ୍ରୀଧର ମାର୍ଥା,ପୂଜ୍ୟପୂଜା ସଂଯୋଜକ ବାପୁ ଓଝା ପ୍ରମୁଖ ଯୋଗ ଦେଇ କଳାଭୂମିର ସାମାଜିକ କାର୍ଯ୍ୟ ଓ ଉତ୍କଳର ସଂସ୍କୃତି ଓ ପରମ୍ପରାକୁ ଆଗେଇ ନେବାର ପ୍ରୟାସକୁ ଭୁୟସୀ ପ୍ରସଂଶା କରିଥିଲେ । ବିଧାୟକ ସୁଶାନ୍ତ ରାଉତ ମତବ୍ୟକ୍ତ କରିଥିଲେ ଯେ କଳାଭୂମିର ସମସ୍ତ ଭଲକାମ ପାଇଁ ସେ ସହଯୋଗ କରିବେ । ଏହି ଉଦଯାପନୀ