କଳାମାଟିରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
କଣାସ,( ପାହାନ୍ତା ସିଂହ ଅଞ୍ଜଳୀ ସାହୁ): ପୁରୀ ଜିଲ୍ଲା କଣାସ ବ୍ଲକ୍ ବକୁ ପଞ୍ଚାୟତ ଅଧିନସ୍ଥ କଳାମାଟି ଗ୍ରାମ ର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଶତାଧିକ ମହିଳା ଓ ଛାତ୍ରୀ ଙ୍କ ନିମନ୍ତେ ଏକ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଯୁବଜ୍ୟୋତି ସେବା ପ୍ରତିଷ୍ଠାନ ପଟ୍ଟଯୋଷିପୁର ଦ୍ଵାରା ଆୟୋଜିତ ଏହି ଶିବିର ରେ ଭୁବନେଶ୍ୱର ରୁ ଆସିଥିବା ଯୋଗାଚାର୍ଯ୍ୟ ଶ୍ରୀ ପ୍ରମୋଦ କୁମାର ଯୋଗ ପ୍ରଶିକ୍ଷଣ ଦେବା ସହ ଯୋଗାଭ୍ୟାସ ତଥା ସନ୍ତୁଳିତ ଆହାର ଦ୍ୱାରା ଶରୀର, ଆତ୍ମା ଓ ମାନସିକ ସ୍ତର ରେ ମଣିଷ କିପରି ଚାପ ମୁକ୍ତ ହୋଇ ଏକ ସୁସ୍ଥ ଜୀବନ ଅତିବାହିତ କରିବା ସଙ୍ଗେ ସଙ୍ଗେ ଶୃଙ୍ଖଳିତ ସମାଜ ଗଠନ ରେ ନିଜର ଭୂମିକା ନିର୍ବାହ କରିପାରିବ ସେ ବିଷୟ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ରବିବାର ପ୍ରାତଃ ୫ ଘଟିକା ଠାରୁ ୮ଘଟିକା ଦୀର୍ଘ ୩ ଘଣ୍ଟା ଧରି ଚାଲି ଥିବା ଏହି ଶିବିର ରେ ଯୁବଜ୍ୟୋତି ସେବା ପ୍ରତିଷ୍ଠାନ ର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଜଗଦେବ, ସମ୍ପାଦକ ଶ୍ରୀଯୁକ୍ତ ଦୁର୍ଗା ଶଙ୍କର ମହାପାତ୍ର, ଉପ ସଭାପତି ଶ୍ରୀ ପ୍ରିୟରଞ୍ଜନ ନନ୍ଦ,ମୁଖ୍ୟ ସଦସ୍ୟ ତଥା ଯୁବ ସମାଜ ସେବି ଶ୍ରୀଯୁକ୍ତ ସୁକାନ୍ତ ମହାପାତ୍ର, ଝିଲି ସାହୁ, ରମା ରଞ୍ଜନ ମହାପାତ୍ର, ଲିଙ୍ଗରାଜ ମିଶ୍ର,ରାମଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫୁଲ୍ଲ ଗାଆଣ, ସୁମିତ୍ରା ଗାଆଣ, ପ୍ରତିମା ମହାପାତ୍ର, ରୀତା ବେହେରା ଓ ସରୋଜିନୀ ଗାଆଣ ସକ୍ରିୟ ସହଯୋଗ କରି ଥିଲେ। ଏହି ପ୍ରକାର ଯୋଗ ପ୍ରଶିକ୍ଷଣ ଶିବିର ଜିଲ୍ଲା ର ଅନ୍ୟାନ୍ୟ ଗ୍ରାମ ରେ ଆୟୋଜନ କରା ଯିବାର ଯୋଜନା ଥିବା ବିଷୟ ରେ ଅନୁଷ୍ଠାନ ଯୋଗ ଶିବିର ସଂଚାଳକ ଶ୍ରୀ ସୁକାନ୍ତ ମହାପାତ୍ର ଓ ରମା ରଞ୍ଜନ ମହପାତ୍ର ସୂଚନା ଦେଇ ଥିଲେ।