କଳାଶ୍ରୀମୁଖ
ଜଗତ ଜାକର ଯେତେକ
କଳା ହେଲା ନିଅଣ୍ଟ,
କଳାଶ୍ରୀମୁଖକୁ ନଆଙ୍କି
ତାଙ୍କ ପୂରିଲା କଣ୍ଟ ।
ଶେଷେ ତାଙ୍କ ମନେ ପଡିଲା
ତୁମ କଳାଶ୍ରୀମୁଖ,
ଏତିକିରେ ଅଧା ସରିଲା
ଅଧା ଆଙ୍କିବା ଦୁଃଖ ।
ଯେତେ ଚିତ୍ରକର ବ୍ରହ୍ମାଣ୍ଡେ
ଆସି ତୋ ପାଶେ ରୁଣ୍ଡ,
ତୋ କଳାଶ୍ରୀମୁଖ ଆଙ୍କିବେ
ତାଙ୍କ ନଫିଟେ ତୁଣ୍ଡ ।
ତୋ ମୁଖକୁ ଥରେ ଦେଖନ୍ତି
ସବୁ ପାଶୋରି ଦେଲେ,
ନିଜ ମୁଖେ କଳା ବୋଳିଣ
ତୋ ମୁଖକୁ ଚାହିଁଲେ ।
ନିଜ ମୁଖେ କଳା ନବୋଳି
ଚିତ୍ରେ କଳା ବୋଳିଲେ,
ସମାଧାନ କିଛି ନହୁଏ
ଚିତ୍ରକର ବୁଝିଲେ ।
ତେଣୁ ତୋର ମୁଖ ହୋଇଛି
କାହିଁ କଳାଶ୍ରୀମୁଖ,
ସବୁ ଚିତ୍ରକର ବୁଝିଲେ
ଦୂର ହୋଇବ ଦୁଃଖ ।
😌😌😌😌😌✍️
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ