କଳାହାଣ୍ଡିକୁ ଆସିବା ଗର୍ବର ବିଷୟ – ଧର୍ମେନ୍ଦ୍ର ପ୍ରଧାନ

ଭବାନୀପାଟଣା,(ଯୁଗାବ୍ଦ ନ୍ୟୁଜ ) : ଚା’ ବିକ୍ରି କରି ବଡ ହୋଇଥିବା ପିଲା ଆଜି ଦେଶର ଚୌକିଦାର ହୋଇଛି । ଦେଶର ସମ୍ପତିକୁ ସୁରକ୍ଷା ଦେବା ତଥା ଓଡିଶାର ଲୁଟକୁ ବନ୍ଦ କରିବା ପାଇଁ ଚୌକିଦାର ବନାଇବା ଦରକାର । ନବୀନ ସରକାରଙ୍କୁ ହଟେଇବା ଓ ମୋଦିଙ୍କ ସରକାରକୁ ବନେଇବା ପାଇଁ ଚୌକିଦାର ହେବା ଦରକାର ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୨୬ ବର୍ଷ ପରେ ଜଣେ ପ୍ରଧାନମନ୍ତ୍ରୀ କଳାହାଣ୍ଡିକୁ ଆସିଛନ୍ତି ଏବଂ ଏହା ଗର୍ବର ବିଷୟ ବୋଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଠାକାର ସରକାର ଯୁବକମାନଙ୍କୁ ନିରାଶ କରିଛି । ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେଲେ କଳାହାଣ୍ଡିରେ ଜାତୀୟସ୍ତରର ମାନ୍ୟୁଫାକଚୁରିଂ ହବ୍ କରାଯିବ । ଏ ଅଂଚଳର ଯୁବକର ପରିଶ୍ରମରେ କଳାହାଣ୍ଡିର ଅଟୋ ମୋବାଇଲ କାରଖାନା ସ୍ଥାପିତ ହେବ । ଫଳରେ କଳାହାଣ୍ଡିର ପିଲା ଆଉ ରାୟପୁରକୁ ରିକ୍ସା ଟାଣିବାକୁ ଯିବ ନାହିଁ, ମୁମ୍ବାଇକୁ ଦାଦନ ଖଟିବାକୁ ଯିବ ନାହିଁ । ଶ୍ରୀ ପ୍ରଧାନ କହିଛନ୍ତି ଯେ କଳାହାଣ୍ଡି ଭାରତବର୍ଷର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ହେବ । ଏଠାରୁ ସିଧା ରେଳଲାଇନ ଗୋପାଳପୁରକୁ ଯିବ, ରାସ୍ତା ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ଯିବ । କଳାହାଣ୍ଡି, ରାୟଗଡା, କୋରାପୁଟ, ନବରଙ୍ଗପୁର ଶିଳ୍ପାଂଚଳର ଅନ୍ୟ ଏକ କେନ୍ଦ୍ର ହେବ । ଏ କାମ କରିବା ପାଇଁ ନରେନ୍ଦ୍ର ମୋଦି ସରକାରକୁ ଆଉ ଥରେ ଦିଲ୍ଲୀରେ ବସାଇବାକୁ ପଡିବ ଏବଂ ମୋଦିଙ୍କ ଅନୁଯାୟୀ ମାନଙ୍କୁ ଭୁବନେଶ୍ୱରରେ ବସାଇବାକୁ ପଡିବ । ଡବଲ ଇଞ୍ଜନ ସରକାର ଏଥର ଓଡିଶାରେ ସରକାର ହେବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଶାର ମୁଖ୍ୟମନ୍ତ୍ରୀ ୨୧ ଲୋକସଭା ଆସନରୁ ୨୧ ଜିତିବେ ବୋଲି କହୁଛନ୍ତି । ତେବେ ମୋଦିଙ୍କର ଏହି ବିଶାଳ ଜନସଭା ଓଡିଶାର ଆଗାମୀ ରାଜନୈତିକ ପରିବର୍ତନର ପୂର୍ବ ସୂଚନା । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କଲେ ନାହିଁ, ପିଏମ୍ କିଷାନ ଯୋଜନା ଲାଗୁ କଲେ ନାହିଁ , ଗରିବ ମାଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ