କଳାହାଣ୍ଡିରେ ଅବାଧରେ ଆଧାର ଓ ଭୋଟର କାର୍ଡ ହାତେଇ ସାରିଲେଣି ବାଂଲାଦେଶୀ

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): କଳାହାଣ୍ଡି ଜିଲ୍ଲାରେ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫେରିବାଲା, ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି ବାହାନାରେ ଗାଁଗାଁରେ ବୁଲୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କେସିଙ୍ଗା, ଜୁନାଗଡ଼, ଜୟପାଟଣା, ନର୍ଲା, ମ. ରାମପୁର, ଧର୍ମଗଡ଼ ସମେତ ୧୩ଟି ବ୍ଳକରେ ବାଂଲାଦେଶୀମାନେ ହଜାର ହଜାର ସଂଖ୍ୟାରେ ଆସି ବେଆଇନ ଭାବେ ରହୁଛନ୍ତି। ଫେରିବାଲା, ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି କରିବା ବାହାନାରେ ଏମାନେ ଗାଁମାନଙ୍କୁ ଯାଉଛନ୍ତି । ଖୋଦ୍ ଜିଲ୍ଲା ସଦରମହକୁମା ଭବାନୀପାଟଣା ସହରର ଆଶାସାଗରପଡ଼ା, କାଳୀମନ୍ଦିରପଡ଼ା, ଜେନାଖାଲପଡ଼ା, ଶମ୍ଭୁନଗରପଡ଼ା, ଶାନ୍ତିନଗରପଡ଼ା, ରେଲୱେ ରାସ୍ତା ସମେତ ବହୁ ଅଞ୍ଚଳରେ ରହିସାରିଲେଣି । ବିଭିନ୍ନ ଠିକାଦାରମାନଙ୍କ ଦ୍ବାରା ପଶ୍ଚିମବଙ୍ଗ
ଠିକଣାରେ ଆସି ଏଠାରେ କାମକରି କିଛିଦିନ ରହିବା ପରେ ଆଧାରକାର୍ଡ ହାତେଇବାକୁ ସକ୍ଷମ ହେଉଛନ୍ତି। ବର୍ତମାନ ଜିଲ୍ଲାରେ ପ୍ରାୟ ୧୦ ହଜାରରୁ ଅଧିକ ବାଂଲାଦେଶୀ ଅନୁପ୍ରବେଶ କରିସାରିଲେଣି ଟଙ୍କାର ଲୋଭ ଦେଖାଇ ଏନ୍ଏସି ଓ ମୁନିସିପାଲଟିରେ ଆଧାରକାର୍ଡ, ଭୋଟରକାର୍ଡ ଭଳି ପରିଚୟପତ୍ର ତିଆରି କରି ସାରିସାରିଲେଣି। ବର୍ତ୍ତମାନ ସୁଦ୍ଧା ୩ଟି ଚୋରି ମାମଲାରେ ଅଦାଲତଙ୍କ ଦ୍ବାରା ଏହି ଅଞ୍ଚଳରେ ବସବାସ କରୁଥିବା ପଶ୍ଚିମବଙ୍ଗର ଚୋର ଦଳ ଜେଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ଆହୁରି ଅନେକ ଚୋରି ମାମଲା ବିଚାରାଧୀନ ରହିଛି। ଯଦି ବାଂଲାଦେଶୀମାନଙ୍କ ଏଭଳି ଅବାଧରେ ଅନୁପ୍ରବେଶ ଲାଗି ରହିବଆଗକୁ ପରିସ୍ଥିତି ଅଣାୟତ ହେବା ତେଣୁ ପ୍ରଶାସନ ତୁରନ୍ତ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଅନୁପ୍ରବେଶ ରୋକିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ