କଳାହାଣ୍ଡିରେ ପୁଣି ନକଲି ଶିକ୍ଷକ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର): କଳାହାଣ୍ଡି ରେ ପୁଣି ୧୨ଜଣଙ୍କ ଓ.ଟି.ଇ.ଟି. ଜାଲ ସାର୍ଟିପିକେଟ୍ ବୋର୍ଡଦ୍ୱାରା ପ୍ରମାଣିକଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ସାର୍ଟିଫିକେଟ୍ ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି । ସାର୍ଟିଫିକେଟ୍ ଯାଞ୍ଚ ସମୟରେ ସନ୍ଦେହର ବଳୟକୁ ଆସିଥିବା କେତେକ ସାର୍ଟିଫିକେଟ୍ ରାଜ୍ୟ ବାହାରକୁ ବୈଧତା ଜାଣିବା ପାଇଁ ପଠାଯାଉଥିବା ବେଳେ ଜିଲ୍ଲାରେ ୧୨ଟି ଓ.ଟି.ଇ.ଟି. ସାର୍ଟିଫିକେଟ୍ ଜାଲ ବୋଲି ଜଣାପଡିଛି । ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରୁ କେତେକ ସିଧାସଳଖ ଜାଲ୍ ଓ.ଟି.ଇ.ଟି. ସାର୍ଟିଫିକେଟ୍ ଦାଖଲ କରିଥିବା ବେଳେ ଆଉ କେତେକ ରେଗୁଲାର ପୋଷ୍ଟ ପାଇଁ ଜାଲ ଓ.ଟି.ଇ.ଟି. ସାର୍ଟିଫିକେଟ୍ ଶିକ୍ଷା ବିଭାଗରେ ଦାଖଲ କରି ଚୁପ୍ ରହିଥିଲେ । ଏହି ଧରପକଡ ସମୟରେ ୧୯ଟି ଓ.ଟି.ଇ.ଟି. ସାର୍ଟିଫିକେଟ୍ ସନ୍ଦେହ ଘେରକୁ ଆସିଥିବା ପରେ ତାହା ଠିକ୍ କି ଭୁଲ୍ ଜାଣିବା ଲାଗି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡକୁ ସାର୍ଟିଫିକେଟ୍ ପଠାଯାଇଥିଲା । ୧୯ଟି ସାର୍ଟିଫିକେଟ୍ ମଧ୍ୟରୁ ୧୨ଟି ସାର୍ଟିଫିକେଟ୍ ଜାଲ୍ ବୋଲି ବୋର୍ଡ ଦର୍ଶାଇଛି । ଉକ୍ତ ୧୨ଟି ମଧ୍ୟରୁ ଭବାନୀପାଟଣାରୁ ୧, ଏମ୍‌.ରାମପୁରରୁ ୨, ଜୁନାଗଡରୁ ୧, କଲମପୁରରୁ ୧, ଥୁ.ରାମପୁରରୁ ୩ ଏବଂ କର୍ଲାମୁଣ୍ଡାରେ ୨ଜାଲ ସାର୍ଟିଫିକେଟ୍ ଧାରୀ ଶିକ୍ଷକ ଶିକ୍ଷୟିତ୍ରୀଥିବା ସୁଚନା ମିଳିଛି । ଶିକ୍ଷା ବିଭାଗ ଏହି ନକଲି ଶିକ୍ଷକମାନଙ୍କର ନାମ ଗୋପନ ରଖିଛି । ସେମାନଙ୍କୁ ଏକ ମାସର ସମୟ ଦିଆଯିବ ବୋଲି ଜଣାପଡିଛି । ସାର୍ଟିଫିକେଟ୍ ଜାଲ ହୋଇଥିବାରୁ କାହିଁକି ସେମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ବୋଲି କାରଣ ଦର୍ଶାଅ ନୋଟିସ୍ ଦିଆଯିବାକୁ ନିଷ୍ପତ୍ତି ନିଆଁଯାଇଛି । କାରଣ ଦର୍ଶାଅ ନୋଟିସ୍ ପାଇବା ପରେ ସଂପୃକ୍ତ ଜାଲ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯେଉଁ ଉତ୍ତର ରଖୁଛନ୍ତି ତାହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ପ୍ରକ୍ରୀୟା ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁଆଯାଇଛି । ଜିଲ୍ଲାରେ ଗତ କିଛି ମାସ ଧରି ନକଲି ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଚର୍ଚ୍ଚା ଯୋର ଧରିଥିଲା ଏମିତି ଶେଷରେ ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ ନିର୍ଦ୍ଦେଶକ ଯାଞ୍ଚ ପ୍ରକ୍ରିୟାରେ ଅବହେଳା ଯୋଗୁଁ ଡି.ଇ.ଓ. ଓ ବି.ଇ.ଓ.ଙ୍କ ଦରମା ବନ୍ଦ ଲାଗି ଟ୍ରେଜେରିକୁ ଜଣାଇଥିଲେ । ପରବର୍ତ୍ତି ସମୟରେ କଳାହାଣ୍ଡି ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟାକୁ ଆରମ୍ଭ କରାଯାଇ ତେରଗୋଟି ବ୍ଲକରେ ଯାଞ୍ଚ ପ୍ରକ୍ରିୟା ଶେଷ କରାଯାଇଛି କିନ୍ତୁ କେଉଁ ନୀତିନିୟମକୁ ଭିତ୍ତିକରି ଯାଞ୍ଚ କରାଯାଇଛି ତାହା ସ୍ପଷ୍ଟ ନହେଲେ ମଧ୍ୟ ଏବେବି କିଛି ନକଲି ଶିକ୍ଷକ ଯାଞ୍ଚ ପ୍ରକ୍ରିୟାରୁ ବର୍ତ୍ତୀଯାଇଥିବା ଶୁଣିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ