ଲଘୁଚାପ ଜନିତ ବର୍ଷା

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଦୀର୍ଘ ତିନି ଦିନ ହେଲା ଲଗାତାର କଳାହାଣ୍ଡି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି | ବର୍ଷା ଯୋଗୁ ଜନସାଧାରଣ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଲାଣି | ଲଗାତାର ବର୍ଷା ଯୋଗୁ ରାସ୍ତା ଘାଟ କାଦୁଅ ସହ ଜନସାଧାରଣ ମାନେ ଯାନ ବାହାନ ନେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁନାହାନ୍ତି | ଶେଷ କରି ଇନ୍ଦ୍ରାବତୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହାତୀ ନଦୀ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ସେଠାକାର ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଛନ୍ତି | ଫଳରେ କଲମ ପୁର ଓ ଜୁନାଗଡ଼ ନଦୀକୂଳିଆ ଗାଁ ମାନଙ୍କରେ ପାଣି ପଶି ବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବର୍ତ୍ତମାନ ସମୟରେ ଲୋକମାନେ କୋରନା ଭୟକୁ ମନରୁ ଭୁଲି ନାହାନ୍ତି , ପୁଣି ଏହି ସମୟରେ ବନ୍ୟାର ପରିସ୍ଥିତି ଏହାକୁ ନେଇ ଲୋକମାନଙ୍କୁ ବୋହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ