କଳାହାଣ୍ଡି ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ ଆକର୍ଷଣ ସାଜିଲା କଳାହାଣ୍ଡି କଟପ୍ପା

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର):କଳା ସଂସ୍କୃତି ଓ ପରମ୍ପରା ର ମହାକୁମ୍ବ। କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ର ଦ୍ଵିତୀୟ ସନ୍ଧ୍ୟାରେ ନାଚ ଗୀତରେ ଦୁକୁକିଲା ରେଣ୍ଡୋ ମାଝୀ ମଞ୍ଚ। ଜିଲ୍ଲାରୁ ପ୍ରବାହାମାନ ଏହି ସଂସ୍କୃତିକୁ ମହାକୁମ୍ଭ ର ଦ୍ଵିତୀୟ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବରେ ରାଜସ୍ବ ବିଭାଗ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଝାରୀ, ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟ ଯୋଶୀ,ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ,ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ ପ୍ରମୁଖ ଯୋଗ ଦେଇଥିଲେ। ସଭା କାର୍ଯ୍ଯ ପରେ ପରେ ବିର ବାଦ୍ୟ ଘୁମୁରା ର ଆରମ୍ଭ ହୋଇଥଲା ସାଂସ୍କୃତିକ ସନ୍ଧ୍ୟା। ଏହାପରେ ଭୁବନେଶ୍ବର ର ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିବା ବେଳେ ସାଂସ୍କୃତିକ ସନ୍ଧ୍ୟାର ଆକର୍ଷଣ ପାଲଟିଥିଲେ କଳାହାଣ୍ଡି କଟପ୍ପା ଙ୍କ ସମ୍ବଲପୁରୀ ନୃତ୍ୟ ଯାହାକୁ ମନ ଭରି ଉପଭୋଗ କରିଥିଲେ ଅତିଥି ଙ୍କ ଠାରୁ ଦର୍ଶକ। ପରେ ପରେ ଓଡ଼ିଆ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ୍ କବି ଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ