କଳାହାଣ୍ଡି ଛାତ୍ର ବିଜେଡି କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା
କଳାହାଣ୍ଡି,(ଓ୍ବାଇଏନ୍ଏସ୍):ରାଜ୍ୟ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଛାତ୍ର ବିଜେଡି ସଂଗଠନ କୁ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କଳାହାଣ୍ଡି ଛାତ୍ର ବିଜେଡିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଛାତ୍ର ନେତା ମାନଙ୍କୁ ସାମିଲ କରାଯାଇଛି । ପୂର୍ବରୁ ପୂର୍ବତନ ଛାତ୍ର ସଂସଦ ସଭାପତି ଅଜିତ ସାହୁଙ୍କୁ ଜିଲ୍ଲା ସଭାପତି ଭାବେ ଘୋଷଣା କରିଥିବା ବେଳେ ବର୍ତ୍ତମାନ ଜିଲ୍ଲା ଉପସଭାପତି ଭାବେ ଅସୀମା ଧଙ୍ଗଡାମାଝୀ, ମନୋଜ ସାହୁ, ମୁକ୍ତେଶ୍ଵର ନାଗ, ନିଳାମ୍ବର ସାହୁ, ଶ୍ରୀଚନ୍ଦନ ନାଏକ, ରଞ୍ଜନ ସାହୁ, ମହମ୍ମଦ ଇସମାଇଲ, ଅଭିନବ ପଟ୍ଟନାୟକ, ଅର୍ଜୁନ ବାଗ, ଗୋବିନ୍ଦ ତାଣ୍ଡିଙ୍କୁ ମନୋନୀତ କରାଯାଇଛି । ସେହିପରି ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ପରୀକ୍ଷିତ ନାଏକ, କେ ପ୍ରବୀଣ କୁମାର, ହରେକୃଷ୍ଣ ହରପାଲ,ଶୁଭମ ମହାନ୍ତି, ଅଭିଷେକ ଆଚାର୍ଯ୍ୟ, ଜିତେନ୍ଦ୍ର ବେହେରା, ରୋମାଞ୍ଚଳ ମେହେର, ମନୋରଞ୍ଜନ ମୁଣ୍ଡ, ହରଦୀପ ସିଂହ, ସଞ୍ଜୟ ବାଗ କୁ ନିଯୁକ୍ତି ମିଳିଛି । ଏହା ସହିତ ଜିଲ୍ଲା କମିଟିରେ ୨୦ ଜଣ ସମ୍ପାଦକ, ୨ ଜଣ ସୋସିଆଲ ମିଡିଆ ସଂଯୋଜକ, କଳାହାଣ୍ଡି ର ୧୩ଟି ବ୍ଳକ ସଭାପତି ଓ ୪ଟି ଟାଉନ ସଭାପତି ମାନଙ୍କ ନାମ ଘୋଷଣା କରାଯାଇଛି ବୋଲି ଛାତ୍ର ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ସୂଚନା ଦେଇଛନ୍ତି । ସମସ୍ତେ ନବ ନିଯୁକ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର, ନର୍ଲା ବିଧାୟକ ଭୁପେନ୍ଦ୍ର ସିଂହ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମହୋଷଧି ବାଗ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।


